
ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- କେନ୍ଦୁଝରରେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଆସିବା ଘଟଣାକୁ ହୃଦୟ ବିଦାରକ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ ଦାନ ମାଝୀଙ୍କ ପରେ ଏହା ଦ୍ୱିତୀୟ ଘଟଣା। ଏମିତି ଘଟଣା ଯେମିତି ଆଗକୁ ନ ଘଟୁ। ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ । ଯେମିତି ଆଉ କେହି ସାହସ ନକରିବ ଏମିତି ନକରିବା ପାଇଁ। ଜିଲ୍ଲାପାଳ ଏଘଟଣାରେ ତଦନ୍ତ କରିଛନ୍ତି। ଅଭିଯୋଗକାରୀ ଟଙ୍କା ପାଇଲେଣି। କିନ୍ତୁ ଏମିତି ପରିସ୍ଥିତି କାହିଁକି ହେଲା ? ମୁଁ ଘଟଣା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି। ଯିଏ ବି ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା