
ଭୁବନେଶ୍ୱର,
28 ମଇ (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ରର ଗୌରବମୟ ୯୧ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ
ସୋସିଆଲ ମିଡିଆରେ ଲେଖିଛନ୍ତି,ଓଡ଼ିଆ ଚଳଚ୍ଚିତ୍ରର
ଗୌରବମୟ ୯୧ ବର୍ଷ ପୂର୍ତ୍ତିରେ ସଭିଙ୍କୁ ଶୁଭେଚ୍ଛା। ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସୀତା ବିବାହ' ମୁକ୍ତିଲାଭ କରି
ଇତିହାସ ସୃଷ୍ଟି କରିଥିଲା। ଓଡ଼ିଆ ଚଳଚ୍ଚିତ୍ରର ଗରିମା ବଢ଼ାଇ ଥିବା ବ୍ୟକ୍ତିବିଶେଷମାନଙ୍କୁ
ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଓଡ଼ିଆ ଭାବକୁ ଆଦରି ଓଡ଼ିଆ ଚଳଚ୍ଚିତ୍ର ଆହୁରି
ବିଶ୍ୱପ୍ରସାରୀ ହେଉ।
------------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ