ମଧୁ ବାବୁ ଜନ୍ମ ପୀଠରୁ ନବନିର୍ମାଣ କୃଷକ ସଂଗଠନର କୃଷକ ସ୍ୱାଭିମାନ ଯାତ୍ରା ଆରମ୍ଭ
କଟକ/ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ଆଜି ଠାରୁ ୧୭ ଦିନ ବ୍ୟାପୀ କୃଷକ ସ୍ୱାଭିମାନ ଯାତ୍ରା ଆରମ୍ଭ କରିଛି। ସାଲେପୁର ସ୍ଥିତ ସତ୍ୟଭାମପୁର ମଧୁ ବାବୁଙ୍କ ଜୟନ୍ତୀରେ ତାଙ୍କ ଜନ୍ମ ସ୍ଥାନରୁ ଏହି ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି। ଜନ୍ମ ପୀଠରେ
fhg


କଟକ/ଭୁବନେଶ୍ୱର, ୨୮ ଏପ୍ରିଲ (ହି.ସ.)- ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ଆଜି ଠାରୁ ୧୭ ଦିନ ବ୍ୟାପୀ କୃଷକ ସ୍ୱାଭିମାନ ଯାତ୍ରା ଆରମ୍ଭ କରିଛି। ସାଲେପୁର ସ୍ଥିତ ସତ୍ୟଭାମପୁର ମଧୁ ବାବୁଙ୍କ ଜୟନ୍ତୀରେ ତାଙ୍କ ଜନ୍ମ ସ୍ଥାନରୁ ଏହି ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି। ଜନ୍ମ ପୀଠରେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ମଧୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ମଧୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ନିର୍ମାଣରେ ଶାସକ ବର୍ଗ ବିଫଳ ହୋଇଛନ୍ତି ବୋଲି ଶ୍ରୀ କୁମାର କହିଥିଲେ। ସେ କହିଥିଲେ ଯେ, ମଧୁ ବାବୁ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା ଠାରୁ ଆରମ୍ଭ କରି କୃଷି ଓ ସମବାୟ କ୍ଷେତ୍ରରେ ବହୁ ସଫଳତାର ଉଦାହରଣ ପ୍ରତିଷ୍ଠା କରିଥିଲା ବେଳେ ଆମ ସରକାର ଆମ ସଂପତିକୁ ଶାଗ, ମାଛ ଦରରେ ବିକ୍ରି କରି ଦେବାର ଅପଚେଷ୍ଟା କରୁଛନ୍ତି। ସେହିଭଳି ଜନ୍ମ ପୀଠରୁ ଆସିବା ପରେ ନେତାଜୀ ସୁବାଷ ବୋଷଙ୍କ ଜନ୍ମ ପୀଠକୁ ଯାଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀ ଭବନରେ ପହଂଚି ସେଠାରେ କର୍ମୀଙ୍କ ଗ୍ରହଣରେ ଆଲୋଚନା କରିଥିଲେ।

ଶ୍ରୀ କୁମାର କହିଥିଲେ ଯେ, ଚାଷୀମାନଙ୍କ ପାଖରେ ସରକାର ବ୍ୟତିକ୍ରମ କରୁଛନ୍ତି। ଶିଳ୍ପ କ୍ଷେତ୍ର ଓ ସେବା କ୍ଷେତ୍ରରେ ଯେଉଁଭଳି ଗୁରୁତ୍ୱ ଦିଆଯାଇଛି ସେହିଭଳି କୃଷି କ୍ଷେତ୍ରକୁ ସେହିଭଳି ଗୁରୁତ୍ୱ ଦିଆଯାଉ। ଯେବେ ବି ଚାଷୀମାନେ ନ୍ୟାୟ ପାଇଁ ଆନ୍ଦୋଳନ କରୁଛନ୍ତି, ପୋଲିସ୍ ଜୁଲମ୍ କରି ସେମାନଙ୍କୁ ଜେଲ କୁ ପଠାଇଦେଉଛି। ପୋଲିସର ଏହି ତାନାସାହି ଶାସନ ବିରୁଦ୍ଧରେ ରାଜ୍ୟର ସମସ୍ତ ସାଧାରଣ ସଭାରେ ଏ ପ୍ରସଙ୍ଗ ଉଠାଯିବ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ୱାଇଁ, ଡା. କୁଳମଣୀ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ସଂଗଠନର ନାରୀ ନେତ୍ରୀ ମଧୁମିତା ସାମଲ, ସତ୍ୟ ନାୟକ, କୃଷ୍ଣ ବେହେରା, କାଶୀନାଥ ସ୍ୱାଇଁ, ବିବେକ ପ୍ରମୁଖ ଯୋଗଦେଇଥିଲେ।

ଗାନ୍ଧୀ ଭବନ ସଭାରେ ସ୍ୱାଭିମାନ ଯାତ୍ରାର ଯାତ୍ରୀ ଦଳ ବଡ଼ମ୍ବା ନରସିଂହପୁର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସାଧାରଣ ସଭା କରି ରାତ୍ରୀଯାପନ କରି ଆସନ୍ତାକାଲି ନୟାଗଡ଼ ଅଭିମୁଖେ ଯାତ୍ରା କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande