ପଞ୍ଜାବର ଶଂଭୁ ସୀମା ନିକଟରେ ରେଳ ଲାଇନରେ ବିସ୍ଫୋରଣ, ସନ୍ଦିଗ୍ଧ ମୃତ
ଚଣ୍ଡୀଗଡ଼, ୨୮ ଅପ୍ରେଲ (ହି.ସ.)- ଗତକାଲି ରାତିରେ ପଞ୍ଜାବ-ହରିୟାଣା ସୀମାର ଶଂଭୁ ସୀମାରେ ଦିଲ୍ଲୀ-ପଟିୟାଲା ରେଳ ଲାଇନରେ ଏକ ବୋମା ବିସ୍ଫୋରଣ ଘଟିଥିଲା । ବିସ୍ଫୋରକ ରଖିଥିବା ସନ୍ଦିଗ୍ଧ ମୃତକ ବୋଲି କୁହାଯାଉଛି । ଆଜି ସକାଳେ ପୋଲିସ ମୃତଦେହଟିର କିଛି ଅଂଶ ଉଦ୍ଧାର କରିଛି । ବିସ୍ଫୋରଣ ଯୋଗୁଁ ଅନେକ ଘଂ
ପଞ୍ଜାବର ଶଂଭୁ ସୀମା ନିକଟରେ ରେଳ ଲାଇନରେ ବିସ୍ଫୋରଣ, ସନ୍ଦିଗ୍ଧ ମୃତ


ଚଣ୍ଡୀଗଡ଼, ୨୮ ଅପ୍ରେଲ (ହି.ସ.)- ଗତକାଲି ରାତିରେ ପଞ୍ଜାବ-ହରିୟାଣା ସୀମାର ଶଂଭୁ ସୀମାରେ ଦିଲ୍ଲୀ-ପଟିୟାଲା ରେଳ ଲାଇନରେ ଏକ ବୋମା ବିସ୍ଫୋରଣ ଘଟିଥିଲା । ବିସ୍ଫୋରକ ରଖିଥିବା ସନ୍ଦିଗ୍ଧ ମୃତକ ବୋଲି କୁହାଯାଉଛି । ଆଜି ସକାଳେ ପୋଲିସ ମୃତଦେହଟିର କିଛି ଅଂଶ ଉଦ୍ଧାର କରିଛି । ବିସ୍ଫୋରଣ ଯୋଗୁଁ ଅନେକ ଘଂଟା ଧରି ରେଳ ଟ୍ରାକ୍ ଅବରୋଧ ହୋଇଥିଲା । ପଟିଆଲା ଜିଲ୍ଲାର ବାଥୋନିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଥିଲା । ଏଠାକାର ରେଳପଥର କିଛି ଅଂଶ ଘନ ଜଙ୍ଗଲରେ ରହିଛି । ଆତଙ୍କବାଦ ସମୟରେ ମଧ୍ୟ ଏହି ଅଂଚଳରେ ବାରମ୍ବାର ଘଟଣା ଘଟିଚାଲିଛି ।

ପଟିଆଲା ଏସ୍. ଏସ୍. ପି. ବରୁଣ ଶର୍ମା କହିଛନ୍ତି ଯେ, ଗତକାଲି ରାତିରେ ଶଂଭୁ ନିକଟରେ ରେଳ ଟ୍ରାକ୍ ଉପରେ ଏକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହା ପରେ ସେ ନିଜେ, ଡି. ଆଇ. ଜି. ପଟିଆଲା ରେଞ୍ଜ, ଜିଆରପି ଏବଂ ଆର. ପି. ଏଫ୍. ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ । ବିସ୍ଫୋରଣ ଘଟିଥିବା ସ୍ଥାନରେ ଏକ ଗଭୀର ଗର୍ତ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ଟ୍ରାକ୍ ଉପରେ ଯାତାୟାତ ବନ୍ଦ କରାଯାଇଥିଲା । ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତିର ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି । ବିସ୍ଫୋରଣ ଯୋଗୁଁ ରେଳପଥରେ ସାମାନ୍ୟ କ୍ଷତି ଘଟିଥିଲା, ଯାହାକୁ ମରାମତି କରାଯାଇଛି । ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ପାଇଛି । ଏକ ମୋବାଇଲ୍ ଫୋନ୍ ସିମ୍ କାର୍ଡ ମଧ୍ୟ ଉଦ୍ଧାର କରାଯାଇଛି । ଏହାର ତଦନ୍ତ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande