
ଗଙ୍ଗଟୋକ, ୨୮ ଅପ୍ରେଲ (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସିକିମ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ଦିନର ଆରମ୍ଭ ଫୁଟବଲ ଖେଳି କରିଥିଲେ । ଏକ ଫେସବୁକ୍ ପୋଷ୍ଟରେ ସେ ମଙ୍ଗଳବାର ସକାଳେ ରାଜଧାନୀରେ ଯୁବକମାନଙ୍କ ସହ ଫୁଟବଲ ଖେଳୁଥିବାର ଏକ ଫଟୋ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସିକିମ ର ଗାଙ୍ଗଟୋକରେ ଏକ ସୁନ୍ଦର ସକାଳ, ନିଜ ଯୁବ ବନ୍ଧୁମାନଙ୍କ ସହ ଫୁଟବଲ୍ ଖେଳିବାର ମଜା କିଛି ନିଆରା । ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ଯୁବକମାନଙ୍କ ସହ ଫୁଟବଲ ଖେଳୁଥିବାର ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ