
ଖୋର୍ଦ୍ଧା, 29 ଏପ୍ରିଲ୍ (ହି.ସ.) - ଆଦର୍ଶ ଥାନା ପୋଲିସ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ବୁଧବାର ଆଦର୍ଶ ଥାନା ପୋଲିସ ଜଣକୁ ଗିରଫ କରିବା ସହ ତାଠାରୁ ୪୦ଗ୍ରାମ ବ୍ରାଉନ ସୁଗାର ସମେତ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗାଁ ର ଶିବ ପ୍ରସାଦ ରଥ।(୨୩)ଗିରଫ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ଖୋର୍ଦ୍ଧା ଉପ କାରାଗାରକୁ ପଠାଇ ଦିଆଯାଇଛି ବୋଲି ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ପୋଲିସ ସୁଚନା ମୁତାବକ ବୁଧବାର ଦିନ ୧୦ଟା ବେଳେ ଶିବ ପ୍ରସାଦ ପାନବରଜ ଗାଁ ର କ୍ରିକେଟ ପଡ଼ିଆରେ ବ୍ରାଉନ ସୁଗାର ବେପାର କରିବା ଉଦ୍ଦେଶ୍ୟରେ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ଖେଳ ପଡିଆରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ