ଅଟୋ ଓଲଟି ବୃଦ୍ଧାଙ୍କ ମୃତ୍ୟୁ
ଜୟପୁର , 29 ଏପ୍ରିଲ୍ (ହି.ସ.) -ଜୟପୁର ସଦର ଥାନା ଅନ୍ତର୍ଗତ ରାଣିଗଡ ରାସ୍ତାରେ ଅଟୋ ଓଲଟି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ଜେମା ନାୟକ (୫୫) । ଫାମ୍ପୁଣି ପଞ୍ଚାୟତର ଗଉଡଗୁଡା ଅଭି ନାୟକ ଲିଖିତ ଅଭିଯୋଗ ଅନୁଯାୟୀ ଆଜି ତାଙ୍କ ମା ଜେମା ନାୟକ (୫୫) ଏକ ଅଟୋ ଯୋଗେ ଗଉଡଗୁଡା ଠ
ବୃଦ୍ଧଙ୍କୁ ଗଳାକାଟି ହତ୍ୟା


ଜୟପୁର , 29 ଏପ୍ରିଲ୍ (ହି.ସ.) -ଜୟପୁର ସଦର ଥାନା ଅନ୍ତର୍ଗତ ରାଣିଗଡ ରାସ୍ତାରେ ଅଟୋ ଓଲଟି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ଜେମା ନାୟକ (୫୫) । ଫାମ୍ପୁଣି ପଞ୍ଚାୟତର ଗଉଡଗୁଡା ଅଭି ନାୟକ ଲିଖିତ ଅଭିଯୋଗ ଅନୁଯାୟୀ ଆଜି ତାଙ୍କ ମା ଜେମା ନାୟକ (୫୫) ଏକ ଅଟୋ ଯୋଗେ ଗଉଡଗୁଡା ଠାରୁ ଜୟପୁର କୁ ଦହି ଓ ଫୁଲ ବକ୍ରି ପାଇଁ ଆସୁଥିଲେ । ରାଣିପୁଟ ନିରଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଜେମା ଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ଆଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଜୟପୁର ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande