

ଜୟପୁର, 29 ଏପ୍ରିଲ୍ (ହି.ସ.)- ରାଜ୍ୟ ସରକାରଙ୍କ ବିଚିତ୍ର ନିୟମ ବର୍ତ୍ତମାନ ସମଗ୍ର ରାଜ୍ୟରେ ଯେଉଁ ପ୍ରଚଣ୍ଡ ରୌଦ୍ର ତାପ ପରିଲକ୍ଷିତ ହେଉଛି ସେଥିପାଇଁ ରାଜ୍ୟ ସରକାର ଶିଶୁ ବାଟିକା ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଯାହାକି ସ୍ୱାଗତ ଯୋଗ୍ୟ କାରଣ ଯେଉଁ ଭଳି କୋରାପୁଟ ଜିଲା ସମେତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଗୁଳୁ ଗୁଳି ସାଙ୍ଗକୁ ଖରା ତାପରେ ଜନଜୀବନ ଅସହ୍ୟ ହୋଇଉଠୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ଛୁଟି ଘୋଷଣା କରିଛନ୍ତି ସମସ୍ତେ ସାଧୁବାଦ ଜଣାଉଛନ୍ତି । ହେଲେ ଏପଟେ
ଅଙ୍ଗନବାଡି କେନ୍ଦ୍ର ସକାଳ ୭ଟାରୁ ଖୋଲି ଦିନ ୯ଟାରେ ବନ୍ଦ ପାଇଁ ନିର୍ଦ୍ଦେଶ ଜାରୀ
ହୋଇଛି । ଏବେ ଗ୍ରୀଷ୍ମ ପ୍ରବାହ ଏପରି ହୋଇଛି ଯେ, ସକାଳ ପ୍ରାୟ ୭ଟା ପୂର୍ବରୁ
ଗୁଳୁଗୁଳି ହେବା ସହ ଦିନ ୯ଟା ବେଳେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଏପରି ସ୍ଥିତିରେ କୋମଳମତୀ ଅଙ୍ଗନ ବାଡ଼ି ଛାତ୍ରଛାତ୍ରୀମାନେ ସରକାରଙ୍କ ଏହିନିୟମରୁ
ବଂଚିତହୋଇଛନ୍ତି । କିନ୍ତୁଶିଶୁ ବାଟିକା ପିଲାଙ୍କଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର, ଛାତ୍ରୀଙ୍କ ପାଇ ଛୁଟି ଘୋଷଣା କରାଯାଇଥିବା ବେଳେ ଆଙ୍ଗନବାଡୀ କେନ୍ଦ୍ର ର ଛାତ୍ର ଛାତ୍ରୀ ମାନଙ୍କୁ ବଞ୍ଚିତ କରାଯାଇଛି । । ତେଣୁ ସେମାନଙ୍କ ପାଈଁ ଖରା ଛୁଟି ଜରୁରୀ ଏମାନଙ୍କ ପାଈଁ ନାହିଁ । ରାଜ୍ୟ ସରକାରଙ୍କ ଏହି ମହତ ପଣିଆକୁ କିଛି ରାଜନୈତିକ ବିଶେଷାଜ୍ଞ, ବୁଦ୍ଧିଜୀବୀ ଏବଂ ଅଙ୍ଗନୱାଡି ପିଲାଙ୍କ ଅଭିଭାବବ ଓ କଂଗ୍ରେସ
ର ବ୍ଳକ ମୁଖିଆ ମାନେ ଘୋର ନିନ୍ଦା କରିଛନ୍ତି । ଯଦି କୈଣସି କାରଣରୁ କୋମଳମତି ପିଲାଟିର କିଛି ବି ହୋଇଯାଏ ତେବେ ନିରୀହ ଅଙ୍ଗନ ୱାଡି ଦିଦିଟିକୁ ବଳି
ପକାଇ ଦେବେ । ଅଙ୍ଗନବାଡି କେନ୍ଦ୍ରରେ ଦିନ ୯ଟା ପର୍ଯ୍ୟନ୍ତଏହି ପିଲାମାନେ
ଶିକ୍ଷାଲାଭ କରିବେ? ଯାହାକି ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ କେତେକ ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଘର ନଥିବା ବେଳେ କେନ୍ଦ୍ର ବିଦ୍ୟାଳୟ ବାରଣ୍ଡା, ମନ୍ଦିର ପରିସର, ଗ୍ରାମର ପରିତ୍ଯକ୍ତ ଚାଳଘର ଓ କର୍ମୀଙ୍କ
ବ୍ୟକ୍ତିଗତ ଗୃହ କିମ୍ବା ବାରଣ୍ଡା ଅଥବା ଗଛମୂଳେ ଚାଲୁଥିବା ପରିଲକ୍ଷିତ ହେଉଛି ।
ପ୍ରାୟ ଅଙ୍ଗନ ଅଙ୍ଗନବାଡି କେନ୍ଦ୍ରକୁ ପାନୀୟଜଳ ଯୋଗାଣ ଓ ଆଲୋକିକରଣ ଓ
ଶୌଚାଳୟର ବ୍ୟବସ୍ଥା ହୋଇନାହିଁ ।ସରକାର ସିନା ନିଜସ୍ୱ ଗୃହ କେନ୍ଦ୍ରଗୁଡିକୁ ବିଦ୍ୟୁତ
ସଂଯୋଗ କରି ଦେଲେ, ପଙ୍ଖା ଯୋଗାଇଲେ ନାହିଁ । ଏଭଳି ସ୍ଥିତିରେ ପ୍ରି-ସ୍କୁଲ ଛାତ୍ରଛାତ୍ରୀ ମାନେ କିଭଳି ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷାଲାଭ କରିବେ ତାହାହିଁ ପରିତାପର
ବିଷୟ । କେଉଁଠି ଘର ନାହିଁ ତ, କେଉଁଠି ପାନୀୟ ଜଳର ବ୍ୟବସ୍ଥା ନାହିଁ । ଏପରି
ସ୍ଥିତିରେ ଅଙ୍ଗନବାଡ଼ିକେନ୍ଦ୍ରଗୁଡିକରେ କିଭଳି ଖରାଦିନେ ଛାତ୍ରଛାତ୍ରୀମାନେ ଅଧ୍ୟୟନ
କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧକାଶଂ କେନ୍ଦ୍ରର ଦୂରତା ଅଧ
କିଲୋମିଟର, ଗୋଟିଏ ଏପରିକି ଦେଢ କିଲୋମିଟର ଦୂରତା ରହିଛି । ଏବଂ ଯେଉଁ
କେନ୍ଦ୍ର ଗୁଡିକ ହୋଇଛି ତାହା ଗାଁ ଠାରୁ ବହୁଦୂର ପୋଖରୀ ତୁଠ, ଶ୍ୱଶାନ ପାଖ ନଚେତ ଗାଁଶେଷ ରେ ଯେଉଁଠିକି ଗାଡି ବସ ର ଚଳାଚଳ ଅବାଧରେ ଚାଲୁଅଛି ତାହାକୁ ପାରକରୀ ପିଲାମାନେ କେନ୍ଦ୍ରକୁ ଯିବେ । ସରକାରଙ୍କ ବିଚାରରେ ୫ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ପ୍ରବାହ ବାଧୂଲା ବେଳେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ୩ବର୍ଷରୁ ୫ବର୍ଷ ବୟସର ପ୍ରୀସ୍କୁଲ ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ତାତି ବାଧୂବନି ବୋଲି
ଧରି ନେଇଛନ୍ତି । ଯାହାକୁ ନେଇ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶିଶୁବିକାଶ ବିଭାଗର ଅଧୂକାରୀ ମାନେ ଶିତତାପ ନିୟନ୍ତ୍ରୀତ ଘରେ ବସି ଏପରି ନିଷ୍ପତ୍ତି ନେଇଥିବାରୁ ତାହାକୁ କଂଗ୍ରେସ ଓ ବୁଦ୍ଧିଜୀବୀ ମାନେ ସମାଲୋଚନା କରିଛନ୍ତି । ସରକାର ପ୍ରୁଷ୍ଟିକର ଖାଦ୍ୟ ସେମାନଙ୍କୁ ଘରେ ଦେବାର ବ୍ୟବସ୍ଥା କରନ୍ତୁ । ସରକାରଙ୍କ ବାସ୍ତବ ଜ୍ଞାନ ନାହିଁ ପାହାଫଳରେ ଏପରି ନିଷ୍ପତ୍ତି ନେଇ ସମାଲୋଚନାର ପାତ୍ର ହେଉଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି