ତପସ୍ୟା ଭବନ ବ୍ରହ୍ମାକୁମାରୀ ସଂସ୍ଥାର ବାର୍ଷିକୋତ୍ସବ
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ସହରର ବଡ଼ହାଟସ୍ଥିତ ତପସ୍ୟା ଭବନରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ତ୍ରୟୋବିଂଶ ବାର୍ଷିକୋତ୍ସବ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ଚିନ୍ତନଯୁକ୍ତ ମୂଲ୍ୟବୋଧ ଭିତିକ ଜୀବନଚର୍ୟ୍ୟା ହିଁ ସମାଜ ପରିବର୍ତ
--ତପସ୍ୟା ଭବନ ବ୍ରହ୍ମାକୁମାରୀ ସଂସ୍ଥାର ବାର୍ଷିକୋତ୍ସବ


କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ସହରର ବଡ଼ହାଟସ୍ଥିତ ତପସ୍ୟା ଭବନରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ତ୍ରୟୋବିଂଶ ବାର୍ଷିକୋତ୍ସବ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ଚିନ୍ତନଯୁକ୍ତ ମୂଲ୍ୟବୋଧ ଭିତିକ ଜୀବନଚର୍ୟ୍ୟା ହିଁ ସମାଜ ପରିବର୍ତନର ମହୌଷଧି ବୋଲି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମାଜିକ ଓ ସାଂସ୍କୃତିକ କର୍ମୀ ଇଂ ଅକ୍ଷୟ କୁମାର ପାଣି କହିଥିଲେ। ବ୍ରହ୍ମାକୁମାର ଧରଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ନିଶ୍ଚିନ୍ତକୋଇଲି ଶାଖା ସଂଚାଳିକା ବିକେ ଗୌରୀ ଙ୍କ ସହ ବିକେ ବନଲତା, ବିକେ ପ୍ରତିଭା, ବଡ଼ହାଟ ଶାଖା ସଂଚାଳିକା ବିକେ ରାନୁ ଓ ବିକେ ମୁନୁ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ରାଜଯୋଗ ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ। ପ୍ରାରମ୍ଭରେ ଉକ୍ତ ଶାଖା କେନ୍ଦ୍ରର ସଂସ୍ଥାପକ ଦିବଂଗତ ଶୈଳେନ୍ଦ୍ର ନାରାୟଣ ଦାସଙ୍କ ସ୍ମୃତିରେ ରାଜଯୋଗ କରାଯାଇଥିଲା। ବିକେ ତପସ୍ୱିନୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। କାର୍ୟ୍ୟକ୍ରମକୁ ବିକେ ମିନତୀ, ବିକେ ପ୍ରଦୀପ, ବି କେ ପଦ୍ମଲୋଚନ, ବିକେ ସୁନୀଲ, ବିକେ ରବିନ୍ଦ୍ର ପ୍ରମୁଖ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande