
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଆୟତପୁର ଗ୍ରାମର ଶ୍ରୀ ଶ୍ରୀ ବିନେନ୍ଦବିହାରୀ ପୀଠରେ ଚତୁର୍ଥ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ତିନି ଦିନ ଧରି ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି।ଏହି ନାମଯଜ୍ଞରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହିତ ଶତାଧିକ ଭକ୍ତ ଯୋଗଦାନ କରିଥିଲେ। ଭକ୍ତମାନେ ନାମସଙ୍କୀର୍ତନରେ ମଗ୍ନ ହୋଇ ପ୍ରସାଦ ସେବନ କରିବା ସହିତ ନାମାମୃତ ପାନ କରିଥିଲେ। ଏହି ପବିତ୍ର ଅବସରରେ କୃତିବାସ ସାମଲ, ଶୁକଦେବ ସାମନ୍ତରାୟ, ପରମାନନ୍ଦ ସାମନ୍ତରାୟ,ଟୁନିଆ ବରାଳ, ନରହରି ସାମନ୍ତରାୟ, ନିଳକଣ୍ଠ ସାମନ୍ତରାୟ, ଅଶୋକ ନାୟକ, ଅଶୋକ ୍ୱରାଳ, ଗୋଲଖ ସାମଲ,ଶୁକାନ୍ତ ସାମଲ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମଟି ଭକ୍ତିମୟ ପରିବେଶରେ ସଫଳତାର ସହ ଶେଷ ପାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି