ଦ୍ୱିତୀୟ ଦିନରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ
ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ରାଜ୍ୟ ବିଜେପି କାର୍ଯ୍ୟାଳୟରେ “ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଦ୍ୱିତୀୟ ଦିବସରେ ଜାରୀ ରହିଛି। ଏହାର ପ୍ରଥମ ସତ୍ରରେ ରାଜ୍ୟ ସଭାପତି ମନମୋହନ ସାମଲ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡା , ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବ
juyu7t


ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ରାଜ୍ୟ ବିଜେପି କାର୍ଯ୍ୟାଳୟରେ “ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬” ଦ୍ୱିତୀୟ ଦିବସରେ ଜାରୀ ରହିଛି। ଏହାର ପ୍ରଥମ ସତ୍ରରେ ରାଜ୍ୟ ସଭାପତି ମନମୋହନ ସାମଲ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡା , ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବ ଭାରତର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ର ସଂଯୋଜକ ଡଃ ଦୀନେଶାନନ୍ଦ ଗୋସ୍ୱାମୀ,ପ୍ରଦେଶ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ପ୍ରଶିକ୍ଷଣ ମହାଅଭିଯାନ ମାଧ୍ୟମରେ କାର୍ଯ୍ୟକର୍ତାମାନଙ୍କୁ ସଂଗଠନୀୟ ମୂଲ୍ୟବୋଧ, ଦଳୀୟ ଆଦର୍ଶ ଓ ଜନସେବାର ପ୍ରତିବଦ୍ଧତା ସମ୍ପର୍କରେ ସଚେତନ କରାଯାଇଛି। ଏହା ସହିତ, ପ୍ରତ୍ୟେକ କାର୍ଯ୍ୟକର୍ତା ତୃଣମୂଳ ସ୍ତରରେ ସକ୍ରିୟ ଭାବେ ଯୋଗଦେଇ ଲୋକମାନଙ୍କ ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦିଆଯାଇଛି।

ଆଗାମୀ ଦିନରେ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ଲୋକସେବାରେ ନୂତନ ମାନଦଣ୍ଡ ସୃଷ୍ଟି କରିବା ଆମ ସମସ୍ତଙ୍କ ଲକ୍ଷ୍ୟ। ସମର୍ପଣ, ଶିଷ୍ଟାଚାର ଓ ସଂଘବଦ୍ଧ ପ୍ରୟାସ ମାଧ୍ୟମରେ ଏହା ନିଶ୍ଚିତ ଭାବେ ସଫଳ ହୋଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande