ବାଇପାସ୍ରେ ମା’ ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଭଦ୍ରକ ବାଇପାସ୍ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମା’ ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ପବିତ୍ର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ
BYPASS MAHALAXMI TEMPLE


ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଭଦ୍ରକ ବାଇପାସ୍ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମା’ ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ପବିତ୍ର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସାଳନ୍ଦୀ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ହିତେଶ ସାହୁ, ସହକାରୀ ଯନ୍ତ୍ରୀ ଇଂ ରମେଶ ନାୟକ, ପୂର୍ବତନ ସହକାରୀ ଯନ୍ତ୍ରୀ ଇଂ ବସନ୍ତ କୁମାର ପାଣିଗ୍ରାହୀ, ଇଂ କମଳାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ମା’ଙ୍କ ଦିବ୍ୟଦର୍ଶନ ପୂର୍ବକ ସେ ଭଦ୍ରକ ସହ ସମଗ୍ର ମାନବ ଜାତିକୁ ସୁଖଶାନ୍ତି ଓ ସମୃଦ୍ଧିରେ ଭରିଦିଅନ୍ତୁ ବୋଲି କାମନା କରିଥିଲେ। ଏହି ଉତ୍ସବଟି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସୁରେନ୍ଦ୍ର ପାଣି ପରିଚାଳନା କରିଥିଲେ। ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ମା’ଙ୍କ କୃପା ଲାଭ କରିବା ସହ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande