ଗ୍ୟାରେଜରୁ ୧୫ ଚୋରା ବାଇକ୍ ଉଦ୍ଧାର
ଭୁବନର ଏକ ଗ୍ୟାରେଜ ରୁ 15 ଚୋରା ବାଇକ୍ ଉଦ୍ଧାର,3 ଗିରଫ
ଚୋର ଙ୍କୁ ଗିରଫ


ବାଇକ୍ ଚୋର


ଭୁବନ, 29 ଏପ୍ରିଲ୍ (ହି.ସ.)- ଢେ଼ଙ୍କାନାଳ ଟାଉନ୍ ଥାନା ପୋଲିସ କୁ ବଡ ସଫଳତା ମିଳିଛି। ଭୁବନ ଏନ୍ ଏ ସି ଅନ୍ତର୍ଗତ ରଗଡ଼ି ଛକରେ ଥିବା ଏକ ଗ୍ୟାରେଜ ରୁ ୧୫ ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ଦିନକୁ ଦିନ ବାଇକ ଚୋରି ବଢିବାରେ ଲାଗିଥିଲା । ଭୁବନର ତିନିଜଣ ଯୁବକ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରି କରି ସିଧା ଭୁବନ ନେଇଆସି ଏକ ଗ୍ୟାରେଜ ରେ ଖୋଲା ଖୋଲି କରି କିଛି ଦିନ ପରେ ସମୟ ସୁବିଧା ଦେଖି ବିକ୍ରି କରି ଦେଉଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ଢେଙ୍କାନାଳ ଟାଉନ୍ ଥାନା ପୋଲିସ ବୁଧବାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ରଗଡି ଛକ ନିକଟ ଏକ ବାଇକ୍ ଗ୍ୟାରେଜରେ ଚଢାଉ କରିଥିଲେ । ଗ୍ୟାରେଜରୁ ପନ୍ଦରଟି ଚୋରା ବାଇକ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରିଥିଲା । ଗିରଫ ତିନି ଜଣ ମଧ୍ୟରେ ଗ୍ୟାରେଜ ମାଲିକ ଗୌରାଙ୍ଗ ବିହାରୀ ଙ୍କ ପୁତ୍ର ମାନସ ବିହାରୀ , ମଙ୍ଗୁଳି ସାହୁ ଙ୍କ ପୁତ୍ର ପ୍ରଫୁଲ୍ଲ ସାହୁ ଓ ଭରତ ଚନ୍ଦ୍ର ଶୁକ୍ଳା ଙ୍କ ପୁଅ ଜ୍ୟୋତିଷ ଶୁକ୍ଳା ସମସ୍ତେ ଭୁବନ ଏନ୍ ଏ ସି ବାସିନ୍ଦା ବୋଲି ଜଣାପଡିଛି। ସମସ୍ତ ଚୋରା ବାଇକ ଟାଉନ ଥାନାକୁ ନିଆଯାଇଛି

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande