ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାରରୁ ବିସ୍ଫୋରଣ, ଜଳିଗଲା ଦୋକାନ

ସମ୍ବଲପୁର, ୨୯ ଏପ୍ରିଲ୍ (ହି.ସ.) - ବିଦ୍ୟୁତ୍ ଦେୟ ଆଦାୟ କରିବାରେ ଉପଭୋକ୍ତାଙ୍କୁ ଦୁର୍ବ୍ୟବହାର ନେଇ ଟାଟା ପାୱାର ସଂସ୍ଥା ବିରୋଧରେ ଦୀର୍ଘ ଦିନ ଧରି ଗରିବ ଗୁରୁବାଙ୍କ ଠାରୁ ସାଧାରଣ ଉପଭୋକ୍ତା ଅଭିଯୋଗ କରି ଆସୁଛନ୍ତି । ବିଦ୍ୟୁତ୍ ଯୋଗାଣ ସହ ରକ୍ଷଣାବେକ୍ଷଣାକୁ ସଂସ୍ଥା ସର୍ବଦା ଗୁରୁତ୍ୱ ଦେଇ ଆସୁଥିବା ଏକ ବ୍ୟୟବହୁଳ ସଫେଇ ଦେଉଥିବା ବେଳେ ଆଜି ପ୍ରତ୍ୟୁଷରେ ବୁଢାରଜା ଅଂଚଳରେ ଘଟିଥିବା ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ସମ୍ପ୍ରତି ବିଦ୍ୟୁତ୍ ବିଭାଗକୁ ସମ୍ପୂର୍ଣ୍ଣ ଉଲଗ୍ନ କରିଦେଇଛି । ସମ୍ବଲପୁର ସହରର ବିଭିନ୍ନ ଅଂଚଳରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ଓ ଘରୋଇ ସଂଯୋଗ ଗୁଡିକ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି । ରକ୍ଷଣାବେକ୍ଷଣ ଦିଗରେ ବିଭାଗ କେବେବି କୌଣସି ପଦକ୍ଷେପ ନନେବା ଯୋଗୁଁ ପୁରୁଣା ତାର ଓ ଉଚ୍ଚ ଶକ୍ତି ବିଦ୍ୟୁତ୍ ଯୋଗାଣର ପରିଣତିରେ ବିସ୍ଫୋରଣ ଘଟି ସମ୍ବଲପୁର ବୁଢ଼ାରାଜା ଅଂଚଳର ଏକ ଚଷମା ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ତିନି ମହଲା ବିଶିଷ୍ଟ ଏହି କୋଠା ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରରୁ ୧୧କେଭି ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ସ୍ପାର୍କ ହୋଇ ଶେଷରେ ଏହି ଭୟାବହ ଅଗ୍ନିକାଣ୍ଡର କାରଣ ପାଲଟିଛି। ଦୀର୍ଘ ଅଢେଇ ଘଂଟାର କସରତ ପରେ ତିନୋଟି ଅଗ୍ନିଶମ ଗାଡ଼ି ଏହି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ଚଷମା ଦୋକାନଟି ସମ୍ପୂର୍ଣ୍ଣ ପାଉଁଶ ହୋଇ ସାରିଥିଲା । ବୁଢାରଜା ଭଳି ଚଳଚଂଚଳ ଅଂଚଳରେ ବିଦ୍ୟୁତ୍ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିବା ଓ ଏହାକୁ ଅଗ୍ନିଶମ ବିଭାଗ ନିୟନ୍ତ୍ରଣ କରିବାକୁ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ବୁଢିଆଣୀ ଜାଲ ସଦୃଶ୍ୟ ଘରୋଇ ସଂଯୋଗ ଓ ମୁକୁଳା ଟ୍ରାନ୍ସଫର୍ମର କେତେବେଳେ କେଉଁ ରୂପ ନେଇ ବିସ୍ଫୋରଣ ହେବ ଓ ଜନଜୀବନ ହାନୀ କରାଇବ ତାହା ଏକ ପ୍ରକାରର ଆତଙ୍କ ସୃଷ୍ଟି କରାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande