

ସୁବର୍ଣ୍ଣପୁର, ୨୯ ଏପ୍ରିଲ୍(ହି.ସ.) – ଆଜି ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭାରତ ବିକାଶ ପରିଷଦ ତରଫରୁ ନାରାୟଣ କୁଷ୍ଟାଶ୍ରମ ଠାରେ ୧୩ ଜଣ ଅନ୍ତେବାସୀଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଛତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ସାଧାରଣ ସମ୍ପାଦକ ଦୁର୍ୟୋଧନ ସାହୁ ଅନ୍ୟାନ୍ୟ ସଭ୍ୟ ପ୍ରମୋଦ କୁମାର ସାହୁ , ଅଧ୍ୟାପକ ଅରବିନ୍ଦ ସାହୁ, ଜ୍ୟୋତିର୍ମୟ ମିଶ୍ର, ଅଧ୍ୟାପକ ରମାକାନ୍ତ କର, ଅଧ୍ୟାପିକା ସୁନନ୍ଦା ସାହୁ, କବିତା ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ଦାମୋଦର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ