ଗୁଡଭେଲା ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା ଙ୍କ ଝୁଲନ୍ତା ମୃତ ଦେହ ଜବତ
ବଲାଙ୍ଗିର, 29 ଏପ୍ରିଲ୍ (ହି.ସ.) ବଲାଙ୍ଗୀର ଜିଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତ ଦେହ ତୁଷୁରା ପୋଲିସ ଉଦ୍ଧାର କରିଛି । ଯନ୍ତ୍ରୀ ଦୁଇ ଜଣ ସହଯୋଗୀଙ୍କ ସହିତ ମିଶି ଗୁଡଭେଲାର କେଶରାମ ଅଗ୍ରୱାଲ ଙ୍କ ଘରେ ଘର ଭଡା ନେଇ ରହୁଥିଲେ।
ଗୁଡଭେଲା ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା ଙ୍କ ଝୁଲନ୍ତା ମୃତ ଦେହ ଜବତ


ବଲାଙ୍ଗିର, 29 ଏପ୍ରିଲ୍ (ହି.ସ.)

ବଲାଙ୍ଗୀର ଜିଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତ ଦେହ ତୁଷୁରା ପୋଲିସ ଉଦ୍ଧାର କରିଛି ।

ଯନ୍ତ୍ରୀ ଦୁଇ ଜଣ ସହଯୋଗୀଙ୍କ ସହିତ ମିଶି ଗୁଡଭେଲାର କେଶରାମ ଅଗ୍ରୱାଲ ଙ୍କ ଘରେ ଘର ଭଡା ନେଇ ରହୁଥିଲେ। ସେ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡା ଗ୍ରାମର ବୋଲି ଜଣାପଡିଛି। ଘରେ ଏକୁଟିଆ ଥିବା ଅବସ୍ଥାରେ ପ୍ରବୀର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ତାଙ୍କ ସାଙ୍ଗରେ ରହୁଥିବା ଅନ୍ୟମାନେ ଘରେ ଥିଲେ ନା ନାହିଁ ତାକୁ ନେଇ ପୋଲିସ ତଦନ୍ତ କରୁଛ। ଏହା ଏକ ଆତ୍ମହତ୍ୟା ନା ଷଡଯନ୍ତ୍ର ହତ୍ୟା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିିଛି l ପୋଲିସ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ଅନୁମାନ କରୁଥିବା ବେଳେ। ପୋଷ୍ଟମର୍ଟମ

ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରୁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande