ମୁରିବାହାଲ ବ୍ଲକରେ ଗୋ ସମ୍ମାନ ଅଭିଯାନ ସମ୍ପର୍କିତ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ଗୋ ସମ୍ମାନ ଆହ୍ୱାନ ଅଭିଯାନ ଆନୁକୂଲ୍ୟରେ(ନୂତନ)ରାମ ମନ୍ଦିର ପରିସରରୁ ଏକ ବିଶାଳ ପଟୁଆର ବାହାରି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଗୋଭକ୍ତ, ସମାଜସେବୀ ଓ ସାଧାରଣ ଜନସାଧାରଣ ସକ୍ରିୟ ଭାବେ ଅଂଶ
ମୁରିବାହାଲ ବ୍ଲକ ରେ ଗୋ ସମ୍ମାନ ଅଭିଯାନ ସମ୍ପର୍କିତ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ


ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ଗୋ ସମ୍ମାନ ଆହ୍ୱାନ ଅଭିଯାନ ଆନୁକୂଲ୍ୟରେ(ନୂତନ)ରାମ ମନ୍ଦିର ପରିସରରୁ ଏକ ବିଶାଳ ପଟୁଆର ବାହାରି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟକ ଗୋଭକ୍ତ, ସମାଜସେବୀ ଓ ସାଧାରଣ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ଗୋ-ସୁରକ୍ଷା ପକ୍ଷରେ ସ୍ଲୋଗାନ ଦେଇ ସମଗ୍ର ପରିବେଶକୁ ସଚେତନ ମୂଳକ କରିଥିଲେ। ସକାଳ ୧୦ ଘଂଟା ସମୟରେ ମୁରିବାହାଲ ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାପାଳ, ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପିତ କରାଯାଇଥିଲା। ଏହି ଦାବିପତ୍ରରେ ଦେଶରେ ବୃଦ୍ଧିଶୀଳ ଗୋ-ହତ୍ୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କଡ଼ା କାନୁନୀ ବ୍ୟବସ୍ଥା ଗ୍ରହଣ କରିବା ସହିତ ଗୋମାତାଙ୍କୁ ଭାରତର ‘ରାଷ୍ଟ୍ରମାତା’ ଭାବେ ଘୋଷଣା କରି ସେମାନଙ୍କର ସମ୍ମାନ, ସୁରକ୍ଷା ଓ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପିତ କରାଯାଇଥିଲା। ଏହାସହ ଗୋ-ସଂରକ୍ଷଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଆଧୁନିକ ଗୋଶାଳା ସ୍ଥାପନ, ଅବାଧ୍ୟ ଓ ଅସୁରକ୍ଷିତ ଗୋ-ବଂଶର ସୁରକ୍ଷା ପାଇଁ ସରକାରୀ ପଦକ୍ଷେପକୁ ଜୋରଦାର କରିବା, ଗୋ-ତସକରୀ ଓ ଅବୈଧ ବ୍ୟବସାୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗୋ-ଆଧାରିତ କୃଷି, ଦୁଗ୍ଧ ଉତ୍ପାଦନ ଓ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ବିଶେଷ ଯୋଜନା ଆରମ୍ଭ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ରାଜୀବ କୁମାର ମହାନ୍ତି, ନିରଞ୍ଜନ ସାହୁ, ମୁରିବାହାଲ ବଜରଙ୍ଗ ଦଳର ସଭାପତି ପଦ୍ମଲୋଚନ ସାହୁ, ଜିଲ୍ଲା ବଳ ଉପାସନା ପ୍ରମୁଖ ସୁଧାଂଶୁ ପୋଡ଼ ୟାଦବ, ଦିବ୍ୟ ସୁନ୍ଦର ସାହୁ, ବାବୁଲାଲ କେତକୀ, ରଞ୍ଜିତ ଆଚାରି, ମୁକୁନ୍ଦ ବଗର୍ତି, ବିରଂଚି ଭୋଇ, ଉଦିତ କଟା, ବାବୁଲି ରାଉତ, ଅଜିତ ବାଗ, ରାଜ ନାଗ, ତୁଳସୀ ରାମଭୋଇ, ଗୋବିନ୍ଦ ସେଠ୍, ଉଦୟ ସାହୁ, ଲିଲୁ ଜାଲ, ନୀତେଶ ସାହୁ, ଦୀପକ ହାତୀ ଓ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande