

ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଠାରେ ପ୍ରଚଣ୍ଡ ତାପମାତ୍ରା ଓ ଭୟଙ୍କର ଖରାକୁ ଦୃଷ୍ଟିରେ ରଖି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଆଜି ମଙ୍ଗଳବାର ଦିନ ଏକ ମାନବ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ମୁରିବାହାଲର ସାପ୍ତାହିକ ମଙ୍ଗଳବାର ବଜାର ଥିବାରୁ ଦୂର ଦୂରାନ୍ତରୁ ଅନେକ ଲୋକ ବଜାରକୁ ଆସିଥିଲେ। ଏହି ପ୍ରଚଣ୍ଡ ଗରମରେ ଲୋକମାନେ ଅସୁବିଧାରେ ପଡ଼ୁଥିବାକୁ ଦେଖି ବଜରଙ୍ଗ ଦଳ ପକ୍ଷରୁ ମଧୁର ରସ୍ନା ପାଣି ବଂଟନ କରାଯାଇଥିଲା। ଏହି ପାଣି ବଂଟନ କାର୍ଯ୍ୟକ୍ରମ ରାଧାକୃଷ୍ଣ ଓ ଶିବ ମନ୍ଦିର ପାଖରେ ଆୟୋଜିତ ହୋଇଥିଲା ଏବଂ ବଜାରକୁ ଆସୁଥିବା ସାଧାରଣ ଲୋକ, ଯାତ୍ରୀ, ବ୍ୟବସାୟୀ ଓ ଶ୍ରମିକମାନେ ଏହାର ଲାଭ ଉଠାଇଥିଲେ। ବଜରଙ୍ଗ ଦଳ ପକ୍ଷରୁ ଏପରି ସେବା କାର୍ଯ୍ୟକ୍ରମକୁ “ସେବା, ସୁରକ୍ଷା, ସଂସ୍କାର” ମନ୍ତ୍ର ଆଧାରରେ ନିରନ୍ତର ଚାଲୁ ରଖାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ମାନବ ସେବାମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିବା ସହ ଆଗାମୀ ଦିନରେ ଏଭଳି ଉଦ୍ୟମ ଆହୁରି ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି। ବଜରଙ୍ଗ ଦଳ ପ୍ରଖଣ୍ଡ(ବ୍ଲକ) ସଭାପତି ପଦ୍ମଲୋଚନ ସାହୁ, କାର୍ଯ୍ୟକର୍ତା ସୁଧାଂଶୁ ପୋଡ଼ ୟାଦବ, କରନ୍ ଜାଲ, ଅଜିତ ବାଗ, ରାଜ ନାଗ, ଲିକୁନ ସାହୁ ଯୋଗେନ୍ଦ୍ର ଥାଟି, ସିବା ରାଉତ, କୃଷ୍ଣାଲାଲ ଭୋଇ, ଜନକ ଖର୍ସେଲ, ବାବୁଲାଲ କେତକୀ, ବାବୁଲି ରାଉତ, ଦୁର୍ଯ୍ୟୋଧନ ନାଗ, ରାକେଶ ପୃଷ୍ଟି , ହରିଶ୍ ମହାକୁର, ଉଦିତ୍ କଟା, ରୋହନ ଜାଲ, ଧିରୁ ୟାଦବ, ରଞ୍ଜନ ବନଛୋର, ରୋହନ ବନଛୋର, ଉପଦେଷ୍ଟା ରାଜୀବ ମହାନ୍ତି, ସୁଧୀର କୁମାର ପାଣି, ଭାରତ ଦାସ ଓ ଶତାଧିକ ବଜରଙ୍ଗ ଦଳ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ