
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ସଭାପତି ବୈରାଗୀ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଅସିତ୍ କୁମାର ବେହୁରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପଦେଷ୍ଟା ବ୍ରଜବନ୍ଧୁ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ଅନନ୍ତ କୁମାର ସାମଲ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଡି.ଆର୍.ସି.ଏସ୍ ପ୍ରଭାକର ନାୟକ, ସହକାରୀ ନିବନ୍ଧକ ଯୋଗେନ୍ଦ୍ରନାଥ ବିଶ୍ୱାଳ, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ସହକାରୀ ଅଡିଟର ଜେନେରାଲ୍ ବାଲୁଙ୍କେଶ୍ୱର ଦାସ, ରାଜ୍ୟ ସଂଘ ସାଧାରଣ ସମ୍ପାଦକ ଦୀଗାମ୍ବର ନାୟକ, ରାଜ୍ୟ ସଂଘ ଉପସଭାପତି ନିରଞ୍ଜନ ସାହୁ, ଶରତ କୁମାର ସେଠୀ, ଜିଲ୍ଲା ଉପଦେଷ୍ଟା ଘନଶ୍ୟାମ ଜେନା, ଗୈାରାଙ୍ଗ ପ୍ରଧାନ ପ୍ରମୁଖ ଯୋଗଦେଇ ଜିଲ୍ଲା ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସମାଧାନ ଦିଗରେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପରିଚାଳକ ତାପସ ପ୍ରସାଦ ସିଂଙ୍କ ସମେତ ଇତିକାନ୍ତ ସ୍ୱାଇଁ, ଜିଲ୍ଲାର ସମସ୍ତ ଶାଖା ପରିଚାଳକ ଉପସ୍ଥିତ ଥିଲେ। ଚୈାଧୁରୀ ଚିଦାନନ୍ଦ ଦାସ ମଂଚ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ସୁବୋଧ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି