ପେଶାଦାର ସାମ୍ୱାଦିକ ସଙ୍ଘର ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଆର୍ôଥକ ତଥା ସାମାଜିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ। ସାମ୍ବାଦିକମାନଙ୍କୁ ବୃତିଗତ ସହାୟତା ପ୍ରଦାନ କରାଯାଇ ଅଧିସ୍ୱୀକୃତି କମିଟି ପୁନର୍ଗଠନ ପୂର୍ବକ ଜିଲ୍ଲା ଓ ରାଜ୍ୟ ସ୍ତରରେ ମାନ୍ୟତା ପ୍ରଦ
ପେସାଦାର ସାମ୍ୱାଦିକ ସଙ୍ଘ ର ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ


ପେସାଦାର ସାମ୍ୱାଦିକ ସଙ୍ଘ ର ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ


ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଆର୍ôଥକ ତଥା ସାମାଜିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ। ସାମ୍ବାଦିକମାନଙ୍କୁ ବୃତିଗତ ସହାୟତା ପ୍ରଦାନ କରାଯାଇ ଅଧିସ୍ୱୀକୃତି କମିଟି ପୁନର୍ଗଠନ ପୂର୍ବକ ଜିଲ୍ଲା ଓ ରାଜ୍ୟ ସ୍ତରରେ ମାନ୍ୟତା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ତଦୁର୍ଦ୍ଧ ସାମ୍ବାଦିକଙ୍କ ପାଇଁ ମାସିକ ୧୫ ହଜାର ପେନସନ ବ୍ୟବସ୍ଥା, ଓଡ଼ିଶାରେ ପ୍ରେସ ଏକାଡେମୀ ଗଠନ ପୂର୍ବକ ଭୁବନେଶ୍ୱର ଠାରେ ଭବନ ନିର୍ମାଣ କରାଯାଇ ବୃତିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ବ୍ୟବସ୍ଥା ତଥା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ପରିଧିରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ପିତାମାତା ତଥା ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନ ମାନଙ୍କୁ ସାମିଲ କରିବା ପ୍ରମୁଖ ୫ ଦଫା ଦାବିରେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଦାବିପତ୍ର ଗ୍ରହଣ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ସନ୍ଦୀପ କୁଅଁର, ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ମେହେର, ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ଶ୍ୟାମପ୍ରସାଦ ଗୁରୁ, ଉପ ସଭାପତି ସୁଶାନ୍ତ ବାରିକ, ବିମଳେନ୍ଦୁ ସାହୁ, ମହେଶ କର ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଗଣ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande