ଉମରକୋଟରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ସମାବେଶ ଅନୁଷ୍ଠିତ
ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ବୁଧବାର ଦିନ ଉମରକୋଟରେ ଅନୁଷ୍ଠିତ ହୋଇଥିବା ବିଶାଳ ''ଜନ ଆକ୍ରୋଶ ମହିଳା ପଦଯାତ୍ରା'' ସମାବେଶରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ହୋଇଥିଲେ। ଏହି ସମାବେଶରେ ହଜାର ହଜାର ମହିଳା ଏକାଠି ହେବା ସହିତ ମହିଳାଙ୍କ ପ୍ରତି ବିରୋଧୀ ଦଳ ମାନେ କରିଥିବା ଅନ
yit


ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ବୁଧବାର ଦିନ ଉମରକୋଟରେ ଅନୁଷ୍ଠିତ ହୋଇଥିବା ବିଶାଳ 'ଜନ ଆକ୍ରୋଶ ମହିଳା ପଦଯାତ୍ରା' ସମାବେଶରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ହୋଇଥିଲେ। ଏହି ସମାବେଶରେ ହଜାର ହଜାର ମହିଳା ଏକାଠି ହେବା ସହିତ ମହିଳାଙ୍କ ପ୍ରତି ବିରୋଧୀ ଦଳ ମାନେ କରିଥିବା ଅନ୍ୟାୟ ବିରୁଦ୍ଧରେ ଆକ୍ରୋଶ ମୂଳକ ସ୍ୱର ଉଠାଇଛନ୍ତି। ଏହି ଶୋଭାଯାତ୍ରାରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିବା ସହ ନାରୀ ଶକ୍ତିଙ୍କ ଅଧିକାର ଛଡ଼ାଇନେଇ ଉତ୍ସବ ମନାଉଥିବା କଂଗ୍ରେସ, ଟିଏମ୍ସି, ଡିଏମ୍କେ ଏବଂ ବିଜେଡି ଆଦି ଦଳମାନଙ୍କ ବିରୋଧରେ ମହିଳାମାନେ ଏକାଠି ହୋଇ ସ୍ୱର ଉଠାଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରୋକିବା ସହ ମହିଳାଙ୍କ ଅଧିକାର ଛଡ଼ାଇନେଇ ନାରୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବିରୋଧୀ। ତୃଣମୂଳ ସ୍ତରରୁ ନାରୀଙ୍କୁ ସଶକ୍ତ କରିବା ପାଇଁ ଅଣାଯାଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ଦେଶର ମହିଳାମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ହୋଇଥାନ୍ତା କିନ୍ତୁ ବିରୋଧୀ ଏଥିରେ ବାଧା ସୃଷ୍ଟି କରିଛନ୍ତି। ନିଶ୍ଚୟ ଦେଶର ନାରୀ ଶକ୍ତି ଏହାର କଡ଼ା ଜବାବ ଦେବେ, ବିରୋଧୀ ଦଳର ମାନଙ୍କର ଏପରି ଘୃଣ୍ୟ କାର୍ଯ୍ୟକୁ ମୁଁ ଘୋର ନିନ୍ଦା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande