ପୌରପାଳିକା ପକ୍ଷରୁ ଉଠା ଫାଷ୍ଟଫୁଡ ଦୋକାନ ଯାଞ୍ଚ
ଜୟପୁର, 29 ଏପ୍ରିଲ୍ (ହି.ସ.)- ଜୟପୁର ପୌରପାଳିକା ଖାଦ୍ୟବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ପ୍ରସାଦରାଓ ପେଟା ଅଞ୍ଚଳର ଫାଷ୍ଟଫୁଡ ଦୋକାନ ଗୁଡିକୁ ଚଢାଉ କରାଯାଇଛି। ଇନ୍ଦିରା ଛକ ଠାରୁ ପ୍ରସାଦରାଓ ପେଟା ରାସ୍ତା କଡରେ ଥିବା ଦୋକାନ ମାନଙ୍କ ଉପରେ ଚଢାଉ କରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ସହ ସଫେଇ
ପୌରପାଳିକା ପକ୍ଷରୁ ଉଠା ଫାଷ୍ଟଫୁଡ ଦୋକାନ ଯାଞ୍ଚ


ଜୟପୁର, 29 ଏପ୍ରିଲ୍ (ହି.ସ.)- ଜୟପୁର ପୌରପାଳିକା ଖାଦ୍ୟବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ପ୍ରସାଦରାଓ ପେଟା ଅଞ୍ଚଳର ଫାଷ୍ଟଫୁଡ ଦୋକାନ ଗୁଡିକୁ ଚଢାଉ କରାଯାଇଛି। ଇନ୍ଦିରା ଛକ ଠାରୁ ପ୍ରସାଦରାଓ ପେଟା ରାସ୍ତା କଡରେ ଥିବା ଦୋକାନ ମାନଙ୍କ ଉପରେ ଚଢାଉ କରି ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ସହ ସଫେଇ ଉପରେ ଧ୍ୟାନ ଦେଇଥିଲେ। ଦୋକାନର ଅଦରକାରୀ ସାମଗ୍ରୀ ଗୁଡିକୁ ନାଳରେ ପକାଇବା ଦ୍ବାରା ଡ୍ରେନ ପାଣି ଯାଉନଥିବାରୁ ନାଳ ଜାମ ହେଉଛି ଓ ଦୁର୍ଗନ୍ଧ ମଧ୍ୟ ବାହାରୁଛି। ଏଣୁ ଦୋକାନ ମାଲିକ ମାନଙ୍କୁ ତାଗିଦ କରିବା ସହ ସେମାନଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା। ମୋଟ ୪୨୦୦ ଟଙ୍କା ଆଦାୟ କରାଯାଇଥିଲା। ଏହି ଯାଞ୍ଚ ରେ ଖାଦ୍ୟ ସୁରକ୍ଷା ଅଧିକାରୀ ପଙ୍କଜିନୀ ଦେଉରିଆଙ୍କ ସମେତ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande