ମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି, ସମସ୍ୟାର ସମାଧାନ ହିଁ ପ୍ରାଥମିକତା-ସୂର୍ଯ୍ୟବଂଶୀ
ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଠାରେ ବୁଧବାର ଜନ ଅଭିଯୋଗ ଶୁଣାଣି କରିଛନ୍ତି।ସ୍ଥାନୀୟ ବାଜପେୟୀ ଭବନରେ ଦୀର୍ଘ ସମୟ ଧରି ମନ୍ତ୍ରୀ ଶ୍ରୀ ସୂରଜ ନିଜର ସହଯୋଗୀଙ୍କ ସହିତ
MANTRI NKA JANA ABHIJOG SUNANI


ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଏହି ଜିଲାର ଧାମନଗର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଠାରେ ବୁଧବାର ଜନ ଅଭିଯୋଗ ଶୁଣାଣି କରିଛନ୍ତି।ସ୍ଥାନୀୟ ବାଜପେୟୀ ଭବନରେ ଦୀର୍ଘ ସମୟ ଧରି ମନ୍ତ୍ରୀ ଶ୍ରୀ ସୂରଜ ନିଜର ସହଯୋଗୀଙ୍କ ସହିତ ଉପସ୍ଥିତ ରହି ବ୍ୟକ୍ତିଗତ ଏବଂ ସାମୁହିକ ଭାବେ ଆସିଥିବା ପାଖାପାଖି ୧୫୦ ଜଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସେମାନଙ୍କ ସମସ୍ୟା ଶୁଣିଥିଲେ।ଏ କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେବା ସହ କିପରି ସମସ୍ୟାର ସମାଧାନ ହେବ ସେନେଇ ଆଲୋଚନା କରିଥିଲେ।ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ ରାଜ୍ୟରେ ଲୋକଙ୍କ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଯାହା ଏକ ଆଦର୍ଶ ଉଦାହରଣ।ଏହି ଧାରା ଧାମନଗରରେ ଚାଲିଛି, ଯେଉଁଥିରେ ସମସ୍ୟାର ସମାଧାନ ହିଁ କେବଳ ପ୍ରାଥମିକତା ହୋଇଛି।ଆଜିର ଏହି କାର୍ଯ୍ୟକ୍ରମରେ ଶିକ୍ଷା ସ୍ୱାସ୍ଥ୍ୟ ରାସ୍ତାଘାଟ ଡ୍ରେନେଜ ଭତା ରାଜସ୍ୱ ବିଦ୍ୟୁତ ଆଦି ବିଭିନ୍ନ ବିଭାଗର ଅଭିଯୋଗ ହୋଇଥିଲା । ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ, ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,,ବୁଦ୍ଧ ଦେବ ଜେନା,ରାଜେନ୍ଦ୍ର ସାହୁ,ବୈକୁଣ୍ଠ ନାଥ ସାହୁ,ଶ୍ରୀକାନ୍ତ ନାୟକ,ମିନତୀ ସାହୁ,ସୂରଜ ସାହୁ,ରମାକାନ୍ତ ସାହୁ,ହୃଷିକେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଗ୍ରାମାଂଚଳରେ ଅନେକ ଦୁର୍ନୀତି ହେଉଛି। ଅନେକ ସାଧାରଣ ଲୋକ ନ୍ୟାୟ ପାଇ ପାରୁନାହାନ୍ତି। ତେବେ ମନ୍ତ୍ରୀଙ୍କର ଏପରି ପ୍ରୟାସ ରେ ସାଧାରଣ ଲୋକ ନିଶ୍ଚିତ ଉପକୃତ ହୋଇ ପାରିବେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande