ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡ଼ା ରାମ ମନ୍ଦିର ଠାରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ତଥା ଶିକ୍ଷାବିତ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳ
ମଧୁ ସୁଦନ ଦାସଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ମଧୁ ସୁଦନ ଦାସଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଲାଙ୍ଗୀରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡ଼ା ରାମ ମନ୍ଦିର ଠାରେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ତଥା ଶିକ୍ଷାବିତ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଥିଲା। ପ୍ରଥମରେ ସଂଗଠନର ସଂପାଦକ ସୁନାଧର ବନଛୋର ଅନୁଷ୍ଠାନର ଆଭିମୁଖ୍ୟ ଓ ଅତିଥି ପରିଚୟ ଦେଇଥିଲେ। ଏହି ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ପ୍ରେମଚାନ୍ଦ ମହାନ୍ତି, ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ, ଧର୍ମବ୍ରତ ରଥ, ରାଜକିଶୋର ପଣ୍ଡା, ଆଦ୍ୟାଶକ୍ତି ନାରୀ ସଂଗଠନର ସଭାପତି ମାଳତି ଉଦ୍ଗାତା ଓ ରାଜଶ୍ରୀ ତ୍ରିପାଠୀ ନିଜ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ତ୍ୟାଗପୁତ ଜୀବନ, ତାଙ୍କ ଜୀବନର ଅର୍ଦ୍ଧର୍ଶତାବ୍ଦୀର ଅବଦାନରେ ଓଡ଼ିଆ ଜାତି ଓ ଭାଷାର ଗାରିମାମୟ ଉତ୍ଥାନ ସଂପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋରଂଜନ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା। ତାଙ୍କର ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଉପରୋକ୍ତ ସମସ୍ତ ବକ୍ତା ଡା. ମହାପାତ୍ରଙ୍କ ଜୀବନ ଆଦର୍ଶ ଓ ସେବା ମାନସିକତାର ଭାବକୁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୁର୍ଗା ସାହୁ, ଚୁଡେନ୍ଦ୍ର କୁମାର ବେହେରା, ଅରୁଣ କୁମାର ଖୁଆସ, ଦିବାକର ହୋତା, ପ୍ରେମାନନ୍ଦ ବିଶ୍ୱାଲ, ହୃଷିକେଶ ପୁରୋହିତ, ନାରାୟଣ ମିଶ୍ର ଓ ମଦନ ମୋହନ ରଥ ସହଯୋଗ କରିଥିଲେ। ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande