
ଜୟପୁର, ୨୯ ଏପ୍ରିଲ୍ (ହି.ସ.) - ଭାଷା ର ସମୁଦ୍ର ମଧ୍ୟ ରେ ଆମେ ଏକ ଜଳ ବିନ୍ଦୁ ସଦୃଶ । ଏହି ଅଗଭୀର ସମୁଦ୍ର ମଧ୍ୟ ରେ ଆମେ କେତେ ଦୂର ଭାଷା ସହିତ ଅଛେ ତାହା ସମୟହିଁ କହିବ। ଆଜି ମଡର୍ନ ଇଂଗ୍ଲିଶ ବିଦ୍ୟାଳୟ ରେ ଭାଷା ଭୀତିକ କାର୍ଯ୍ୟକ୍ରମର ଆୟୋଜନ କରା ଗଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ ଥିଲା ଭାଷାର ଉନ୍ନତି କିପରି ହୋଇ ପାରିବ ଏବଂ ଭାଷା କୁ ଆମେ କିପରି ଆଗକୁ ନେଇ ତାର ଉନ୍ନତି କରିବା ଆଲୋଚନା ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଲେଖକ ଶ୍ରୀ ଲକ୍ଷ୍ମୀ କାନ୍ତ ପାଢୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯୋଗ ଦେଇ ବିଭିନ ପ୍ରଶ୍ନ ଉତରର ଆଲୋଚନା କରିଥିଲେ। ଶ୍ରୀମତୀ ବିଜୟାଲଷ୍ମୀ ପାଣିଗ୍ରାହୀ ମୁକ୍ଷ ବକ୍ତା ଭାବେ ଯୋଗ ଦେଇ ଭାଷାର ଶୁଦ୍ଧି କରଣ କିପରି ହୋଇ ପାରିବ ତାହା ଆଲୋଚନା କରି ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମିହାପାତ୍ର ସଭାପତି ଭାବେ ଭାଷାର ଉନ୍ନତିରେ ହିଁ ଶିକ୍ଷାର ଉନ୍ନତି ହୋଇପାରିବ ବୋଲି କହିଥିଲେ।ଓଡିଆ ଭାଷା ର ଧୀର ଧୀରେ ଲୋପ ପାଇ ବାକୁ ବସିଲାଣି ତେଣୁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ । ଆମେ ତାର ଯଦି ପୁନରୁଦ୍ଧାର ନ କରିବା ତେବେ କେତେବେଳେ ଯେ ଏହା ଲୋପ ପାଇ ଯାଇ ଥିବ ତାହା ଅକଳ୍ପନୀୟ । ଓଡିଆ ଭାଷା ର ଶୁଦ୍ଧତା ଆଣିବା ଦିଗ ରେ ଏହା ଏକ ସୁନ୍ଦର ପ୍ରୟାସ ଥିଲା ଆଗକୁ ଆହୁରି ଏହି ପରି କାର୍ଯ୍ୟକ୍ରମର ପ୍ରସାର ହେବ ବୋଲି ଆବାହକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ କହିଥିଲେ। ଏଭଳି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ନିର୍ଦ୍ଧେଶିକା କୁମୁଦା ମାଳା ମହାନ୍ତି ପ୍ରଶଂସା କରିଥିଲେ। ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ବାସୁଦେବ ମହାପାତ୍ର କାର୍ଯ୍ୟକ୍ରମ ଶେଷ କରିବା ଘୋଷଣା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି