ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗ୍ରାମପଂଚାୟତ ସାଲେପଡ଼ା ଗ୍ରାମର ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ୨ ସନ୍ତାନର ବାପା ପୁଲିସ ଦ୍ୱାରା ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସାଲେପଡ଼ା ଗ୍ରା
ନାବାଳିକା ଙ୍କୁ ଅପହରଣ ଓ ଦୁଷ୍କର୍ମ


ନାବାଳିକା ଙ୍କୁ ଅପହରଣ ଓ ଦୁଷ୍କର୍ମ


ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗ୍ରାମପଂଚାୟତ ସାଲେପଡ଼ା ଗ୍ରାମର ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ୨ ସନ୍ତାନର ବାପା ପୁଲିସ ଦ୍ୱାରା ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସାଲେପଡ଼ା ଗ୍ରାମର ହିଁ ଉଦୟ ବନଛୋରଙ୍କ ବିବାହିତ ପୁଅ ଶ୍ରୀକାନ୍ତ ବନଛୋର(୨୪) ନାବାଳିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ମୁତାବକ ଗତ ୨୪ ତାରିଖ ସକାଳୁ ନାବାଳିକା ଜଣଙ୍କ କେନ୍ଦୁପତ୍ର ତୋଳିବାକୁ ଯାଇ ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଏ ନେଇ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ପ୍ରକାରର ସନ୍ଧାନ ନପାଇବାରୁ ଥାନାରେ ପ୍ରଥମେ ଏକ ନିଖୋଜ ଏତଲା ଦେଇଥିଲେ। ନାବାଳିକାଙ୍କୁ ଶ୍ରୀକାନ୍ତ ଅପହରଣ କରି ନେଇଥିବା ଜାଣିବା ପରେ ସେ ପୁଣି ଥାନାରେ ଶ୍ରୀକାନ୍ତ ନାମରେ ଅପହରଣ ଅଭିଯୋଗ କରିଥିଲେ। ପୁଲିସ ନାବାଳିକା ଓ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ନାବାଳିକା ଜଣଙ୍କ ଶ୍ରୀକାନ୍ତ ଜୋର ଜୋବରଦସ୍ତ ଅପହରଣ କରି ନେଇ ତାଙ୍କ ଇଚ୍ଛା ବିରୁଦ୍ଧରେ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିବାରୁ ପୁଲିସ ୧୬୪ ବୟାନ ରେକର୍ଡ଼ କରି କେଶ ନମ୍ବର ୮୦/୨୬ଦଫାରେ ପୋକସୋ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତ ଶ୍ରୀକାନ୍ତ ବିବାହିତ ହୋଇଥିବାବେଳେ ଘରେ ତାଙ୍କର ସ୍ତ୍ରୀ ଓ ୨ଛୁଆ ଥିବା ଜଣାପଡ଼ିଛି। ଉଭୟଙ୍କ ଡ଼ାକ୍ତରୀମାଇନା ପରେ ଅଭିଯୁକ୍ତ ଶ୍ରୀକାନ୍ତ ବନଛୋରଙ୍କୁ ବଲାଙ୍ଗୀର ପୋକସୋ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ଭାରାପ୍ରାପ୍ତ ଥାନା ଓଆଇସି ଅଭୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande