
କେନ୍ଦୁଝର, 29 ଏପ୍ରିଲ୍ (ହି.ସ.) ପ୍ୟାସନ୍ ତାଇକ୍ୱାଣ୍ଡୋ ପକ୍ଷରୁ ୧୫ତମ କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ପ୍ରମୋଶନ ପରୀକ୍ଷା କେନ୍ଦୁଝର ଜିଲ୍ଲାର ଜିମନେସିୟମ କମ୍ ଇଣ୍ଡୋର ହଲ୍ରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି।ଏହି ପରୀକ୍ଷାରେ ତିନୋଟି ଏକାଡେମୀରୁ ପ୍ରାୟ ୭୦ ଜଣ କଲର ବେଲ୍ଟ ଓ ୧୨ ଜଣ ବ୍ଲାକ ବେଲ୍ଟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପରୀକ୍ଷାର ପ୍ରଧାନ ପରୀକ୍ଷକ ଭାବେ ମାଷ୍ଟର ମନମୋହନ ଭଞ୍ଜ (ସାଧାରଣ ସମ୍ପାଦକ,ଓଡିଶା ତାଇକ୍ୱାଣ୍ଡୋ ଏସୋସିଏସନ,ପୁରୀ),ଷଷ୍ଠ ଡାନ ବ୍ଲାକ ବେଲ୍ଟ ଓ ଆନ୍ତର୍ଜାତୀୟ ତାଇକ୍ୱାଣ୍ଡୋ ପରୀକ୍ଷକ,ବିଭିନ୍ନ ବେଲ୍ଟର ପରୀକ୍ଷା ଗ୍ରହଣ କରିଥିଲେ।ତାଙ୍କ ସହ ମାଷ୍ଟର ମୌଳୀନ୍ଦୁ କୁମାର ମହାନ୍ତ (ଏକାଡେମୀ ମୁଖ୍ୟ, ପ୍ୟାସନ୍ ତାଇକ୍ୱାଣ୍ଡୋ),୪ର୍ଥ ଡାନ ବ୍ଲାକ ବେଲ୍ଟ ଓ ଆନ୍ତର୍ଜାତୀୟ ପରୀକ୍ଷକ,ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।ଏହାସହ ତାଇକ୍ୱାଣ୍ଡୋ କୋଚ୍ କୁନୁ ସାର୍,ମନୀଷ ସାର୍,ରୋହିତ ସାର୍ ଓ ଦେବୀରୂପା ଆଦି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।ପରୀକ୍ଷାରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା,ଶୃଙ୍ଖଳା ଓ ଆତ୍ମବିଶ୍ୱାସର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।ଆୟୋଜକ ପକ୍ଷରୁ କୁହାଯାଇଛି ଯେ,ଏପରି ପରୀକ୍ଷା ଯୁବପିଢ଼ୀଙ୍କ ମଧ୍ୟରେ ଆତ୍ମରକ୍ଷା ସହ ନୈତିକ ମୂଲ୍ୟବୋଧର ବିକାଶରେ ସହାୟକ ହୁଏ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA