ରାଣୀତାଲରେ ଜନଆକ୍ରୋଶ ସମାବେଶ
ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ପାର୍ଲିଆମେଂଟ ରେ ମହିଳା ସଂରକ୍ଷଣ ବିଲ କୁ ବିରୋଧ କରିଥିବା କଂଗ୍ରେସ, ବିଜେଡି ଓ ତାର ସହଯୋଗୀ ଦଳ ମାନଙ୍କ ବିରୁଦ୍ଧରେ ରାଣୀତାଲ ଠାରେ ମା ଦାଣ୍ଡ ବାସୁଳି ମଣ୍ଡଳର ମହିଳା ମାନଙ୍କ ଦ୍ୱାରା ଜନ ଆକ୍ରୋଶ ସମବେଶ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପ
RANITAL JANA AKROSH SAMABESA


ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ପାର୍ଲିଆମେଂଟ ରେ ମହିଳା ସଂରକ୍ଷଣ ବିଲ କୁ ବିରୋଧ କରିଥିବା କଂଗ୍ରେସ, ବିଜେଡି ଓ ତାର ସହଯୋଗୀ ଦଳ ମାନଙ୍କ ବିରୁଦ୍ଧରେ ରାଣୀତାଲ ଠାରେ ମା ଦାଣ୍ଡ ବାସୁଳି ମଣ୍ଡଳର ମହିଳା ମାନଙ୍କ ଦ୍ୱାରା ଜନ ଆକ୍ରୋଶ ସମବେଶ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ରାହାଞ୍ଜ, ଜଗଦଳପୁର, ରମ୍ଭିଳା, ସାବରଙ୍ଗ, ଗୋରମା ଟି ର ଶହ ଶହ ମହିଳା ଜଗଦଳପୁର ପଂଚାୟତ ଅଫିସ ଠାରୁ ବାହାରି ରାଣୀତାଲ ବଜାର ପରିକ୍ରମା ପରେ ରାଣୀତାଲ ବଜାରରେ ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକଙ୍କ କୁଶ ପୁତଲିକା ରେ ଅଗ୍ନି ଦାହ କରିଥିଲେ। କଂଗ୍ରେସ ଓ ବିଜେଡିର ନାରୀ ଙ୍କୁ ସମ୍ମାନ ନ୍ୟାୟ କୁମ୍ଭୀର କାନ୍ଦଣା ବୋଲି ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶ, ରମ୍ଭିଳା ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା, ଚରମ୍ପା ସରପଂଚ ଜଳେନ୍ଦ୍ର ଶୁକ୍ଳ, ସାବରଙ୍ଗ ସମିତି ସଭ୍ୟା ସୁକାନ୍ତି ନାୟକ, ଗୋରାମଟି ସରପଂଚ ଭାଗ୍ୟବତୀ ମହାକୁଡ଼ ଜଗଦଳପୁରର ପୂର୍ବତନ ସରପଂଚ ବିଜୟ କୁମାର ମହାପାତ୍ର ଯୁବ ନେତା ଅମରେଶ୍ୱର ମହାପାତ୍ର, ରାଜେଶ କବି ସହ ଅନେକ ବିଜେପି ନେତା ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande