ମିଳିତ କ୍ରୀୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଲ ରୋକୋ
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ଆଜି ପୂର୍ବାହ୍ନରେ ସମ୍ବଲପୁର ସ୍ଥିତ ରେଲବାଇର ମଣ୍ଡଳ କାର୍ଯ୍ୟାଳୟ ଠାରେ ବଲାଙ୍ଗୀର ଓ ବରଗଡ଼ ମିଳିତ ଉପଭୋକ୍ତା ସଂଘର କ୍ରୀୟାନିଷ୍ଠାନ କମିଟି ତରଫରୁ ବଲାଙ୍ଗୀରର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଓ ବରଗଡ ସଂଘ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ନିରବ ବ
ମିଳିତ କ୍ରୀୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଲ ରୋକୋ


ମିଳିତ କ୍ରୀୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଲ ରୋକୋ


ମିଳିତ କ୍ରୀୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଲ ରୋକୋ


ମିଳିତ କ୍ରୀୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଲ ରୋକୋ


ମିଳିତ କ୍ରୀୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଲ ରୋକୋ


ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ଆଜି ପୂର୍ବାହ୍ନରେ ସମ୍ବଲପୁର ସ୍ଥିତ ରେଲବାଇର ମଣ୍ଡଳ କାର୍ଯ୍ୟାଳୟ ଠାରେ ବଲାଙ୍ଗୀର ଓ ବରଗଡ଼ ମିଳିତ ଉପଭୋକ୍ତା ସଂଘର କ୍ରୀୟାନିଷ୍ଠାନ କମିଟି ତରଫରୁ ବଲାଙ୍ଗୀରର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଓ ବରଗଡ ସଂଘ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ନିରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ୱାଧିନତାର ୭୯ ବର୍ଷ ହୋଇଥିଲେ ମଧ୍ୟ ଐତିହ୍ୟପୂର୍ଣ୍ଣ ବଲାଙ୍ଗୀର ରେଳଷ୍ଟେସନରେ ଯାତ୍ରୀମାନେ ସବୁବେଳେ ଅବହେଳାର ଶୀକାର ହେଉଛନ୍ତି। ଏଠାରୁ ଭୁବନେଶ୍ୱରକୁ ଯାଇ ଫେରି ଆସିଲା ପରି ଏକ ସକାଳୁଆ ଟ୍ରେନ ନାହିଁ, ଦିଲ୍ଲୀ ବା ପ୍ରୟାଗରାଜକୁ କୌଣସି ଏକ ସିଧାସଳଖ ଟ୍ରେନ ନାହିଁ, ସର୍ବୋପରି ରକ୍ଷଣାବେକ୍ଷଣ ପାଇଁ ଦୀର୍ଘ ୧୫ ବର୍ଷ ହେଲା ପିଟ ଲାଇନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଅନୁମୋଦନ ଆସିନାହିଁ। କେବଳ ସର୍ଭେ ହୋଇଛି, ହେଡ଼ ଅଫିସକୁ ଯାଇଛି ବୋଲି ଲୋକଙ୍କୁ ଭୁଆଁ ବୁଲାଯାଉଛି। ଅମୃତ ଭାରତ ପ୍ରକଳ୍ପରେ ଷ୍ଟେସନର କୋଠାବାଡ଼ିର ନବକଳେବର ହେଉଛି ମାତ୍ର ଯାତ୍ରୀମାନଙ୍କ ସୁବିଧା ପାଇଁ ତିଳେମାତ୍ର ଧ୍ୟାନ ଦିଆଯାଉ ନଥିବାରୁ ଆଜି ଉଭୟ ଜିଲ୍ଲାରୁ ପ୍ରାୟ ୫୦ ଜଣ ପ୍ରତିନିଧି ଉପସ୍ଥିତ ରହି ନିରବ ଧାରଣା ଦେଲାପରେ ଡିଆର୍ଏମ୍ଙ୍କ ପାଖକୁ ଯାଇ ଚିରାଚରିତ ଦାବିପତ୍ର ପ୍ରଦାନ କରିଥିଲେ। ଡିଆର୍ଏମ୍ ପିଟ ଲାଇନ୍ର ସର୍ଭେ ରିପୋର୍ଟ ଉପରକୁ ଯାଇଛି ଓ ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ଖୋଲିଲେ ସକାଳ ଟ୍ରେନ ପାଇବେ ବୋଲି ଉତର ରଖିଥିଲେ। ଏଣୁ ଏପରି ସମାନ ଉତର ପାଇଲା ପରେ ମାସକ ମଧ୍ୟରେ କିଛି ବି ଦାବି ପୁରଣ ନହେଲେ ଉଭୟ ଷ୍ଟେସନରେ ଜୋରଦାର ଆନ୍ଦୋଲନ ବା ରେଲ ରୋକୋ କରାଯାଇପାରେ ବୋଲି ନିଷ୍ପତି ନିଆଯାଇଥିଲା। ବଲାଙ୍ଗୀର ସଂଘ ତରଫରୁ ସଂପାଦକ ବିମଲ ଚକ୍ରବର୍ତି, ଆନ୍ଦୋଳନର ଅଧ୍ୟକ୍ଷ ଶିବ ନାରାୟଣ ରଥ, ଉପସଭାପତି ଆନନ୍ତ ବିଶୋଇ, କାର୍ଯ୍ୟକାରୀ ସଦସ୍ୟ ଦିବାକର ହୋତା, ମୋତିଲାଲ ସାହୁ, ସୁବ୍ରତ ବହିଦାର ଓ ସହ ସଂପାଦକ ହିତେଶ କୁମାର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ବଲାଙ୍ଗୀର ମାଟି ପାଇଁ ଏହି ପ୍ରକାର କାର୍ଯ୍ୟକୁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସ୍ୱାଗତ କରାଯାଇଅଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande