ସମ୍ବଲପୁର ଡିଭିଜନ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ
ସମ୍ବଲପୁର ଡିଭିଜନ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ
ସମ୍ବଲପୁର ଡିଭିଜନ  ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ


ସମ୍ବଲପୁର ଡିଭିଜନ  ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ


ସମ୍ବଲପୁର, ୨୯, ଏପ୍ରିଲ୍ (ହି.ସ.)

ସମ୍ବଲପୁର ରେଳ ଡିଭିଜନ ସମ୍ମିଳନି କକ୍ଷ ଠାରେ ଆଜି ୫୬ ତମ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ବୈଠକ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର ସୁବାଷ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଚୌଧୁରୀ ଉପସ୍ଥିତ ମହଲଙ୍କୁ ସ୍ୱାଗତ କରି କହିଥିଲେ ଯେ' ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମଣ୍ଡଳ ନିଶ୍ଚିତ ସର୍ବାଧିକ ପ୍ରାଥମିକତା ଦେବ।

ଶ୍ରୀ ଚୌଧୁରୀ ସମ୍ବଲପୁର ମଣ୍ଡଳରେ ସଦ୍ଯ ସମାପ୍ତ ହୋଇଥିବା ପ୍ରକଳ୍ପ ଏବଂ ଚାଲୁରହିଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ବୈଠକରେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି ସଦସ୍ୟ ଅକ୍ଷୟ କାନ୍ତ ନଭଗିରେ, ରାକେଶ କୁମାର ଜୈନ, କିଶୋର କୁମାର ଅଗ୍ରୱାଲ, ରାଜନ ପ୍ରସାଦ, ପାରସ ଚୋପ୍ରା, ଧନଜୀ ଭାଇ ପଟେଲ, ଡ. ବିଶ୍ୱନାଥ ପାଣିଗ୍ରାହୀ, କୈଳାସ କୁମାର ଅଗ୍ରୱାଲ, ବିଷ୍ଣୁ ପ୍ରସାଦ କେଡିଆ ଏବଂ ରାଜେଶ କୁମାର ଅଗ୍ରୱାଲ ଅଂଶଗ୍ରହଣ କରିଥିଲେ । ସମ୍ବଲପୁର ମଣ୍ଡଳର ବିଭିନ୍ନ ସମସ୍ୟା ତଥା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ବି ଦେଇଥିଲେ। ଅନ୍ୟ ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ସମ୍ବଲପୁର ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ମନଜିତ ସିଂହ ସନସନୱାଲ ଏବଂ ଶାଖା ଅଧିକାରୀମାନେ ମଧ୍ୟ ଏହି ସଭାରେ ଭାଗ ନେଇଥିଲେ। ବରିଷ୍ଠ ମଣ୍ଡଳ ବାଣିଜ୍ୟି ପ୍ରବନ୍ଧକ, ସମ୍ବଲପୁର ଏବଂ କମିଟି ର ସଂଯୋଜକ ଗରିମା ତିୱାରୀ ଏହି ସଭାକୁ ସଂଯୋଜନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande