ସମ୍ବଲପୁରରେ ଜନ ଆକ୍ରୋଶ ମହିଳା ସମାବେଶ : ବିରୋଧି ଦଳ ଉପରେ ବର୍ଷିଲା ନାରୀ ସମାଜ

ସମ୍ବଲପୁର, ୨୯, ଏପ୍ରିଲ୍ (ହି.ସ.) - ସଂସଦ ରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ପାରିତ ହୋଇ ନ ପାରିବା ଯୋଗୁଁ ସମଗ୍ର ଦେଶରେ ମହିଳା ଙ୍କ ପକ୍ଷରୁ ବିରୋଧିଙ୍କୁ ବିରୋଧ କରିବା କାର୍ଯ୍ଯକ୍ରମ ଆୟୋଜିତ ହେଉଛି । ଏହି ମର୍ମରେ ଆଜି ସମ୍ବଲପୁର ଜେଲ୍ ଛକ ନିକଟସ୍ଥ ଗୁରୂଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହିଳା ଙ୍କ ଦ୍ଵାରା ଜେଲ୍ ଛକ ରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ପରେ ଜେଲ୍ ଛକ ରୁ ସମ୍ବଲପୁରୀ ଡେରା ଯାଏଁ ଏକ ବିଶାଲ ମହିଳା ରେଲି ଅନୁଷ୍ଠିତ ହୋଇଥିଲା ।

ସମ୍ବଲପୁରୀ ଡେରା ରେ ଉପସ୍ଥିତ ମହିଳା ଙ୍କୁ ନାରୀ ନେତ୍ରୀ ମାନେ ଉଦବୋଧନ ଦେଇଥିଲେ । ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଚାଲିଥିବା ସରକାର କିଭଳୀ ମହିଳା ସ୍ୱାଧୀନତା, ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଶତାଧିକ ଯୋଜନା ହାତକୁ ନେଇଛନ୍ତି ଏବଂ ନାରୀ ଶକ୍ତି ନନ୍ଦନ ଅଧିନିୟମ ବିଲ୍ ଜରିଆରେ ମହିଳା ଙ୍କୁ ସାଂସଦ ରେ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଚେଷ୍ଟା କରିଥିଲେ ସେ ବିଷୟ ରେ କହିଥିଲେ । ବିରୋଧି ଇଣ୍ଡି ଗଠବନ୍ଧନ କିଭଳି ମହିଳା ଆରକ୍ଷଣ କୁ ବିରୋଧ କରି ବିଲ୍ କୁ ପାରିତ କରାଇ ଦେଇ ନଥିଲେ ସେଥିପାଇଁ ବିରୋଧି ଙ୍କ ଉପରେ ଗର୍ଜିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ୱଲପୁର ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ସୁଷମା ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ରୀନା ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅର୍ଚ୍ଚନା ମେହେର, ସୁଷମା ମୁଣ୍ଡା ଭବାନୀ ଦୁଷର୍, ଅନୁସୟା ସାମଲ ସ୍ନିଗ୍ଧାଶ୍ରୀ ମିଶ୍ର, ସବିତା ନନ୍ଦ, ସୁଶ୍ରୀ ଶୁଭଶ୍ରୀ ମିଶ୍ର, ସସ୍ମିତା ଦେହୁରି, ଟିକି ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ରୁନୁ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ପୁର୍ବତନ ବିଧାୟକ ନାଉରୀ ନାୟକ, ରାମ ଚନ୍ଦ୍ର ମେହେର, ଦେବେନ୍ଦ୍ର ମହାପାତ୍ର, ମାନସ ରଞ୍ଜନ ବକ୍ସି, ଶୁଶାନ୍ତ ପୁରୋହିତ, ସମିର ରଞ୍ଜନ ବାବୁ, ଆଶିଷ ହୋତା, ଅଶ୍ୱିନୀ ସ୍ୱାଇଁ, ଅନିଲ ବେହେରା, ସୁଧୀର ରଞ୍ଜନ ବହିଦାର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଶେଫାଳୀ ସେଠି ଧନ୍ଯବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande