
ହୃଦରୋଗ ପରୀକ୍ଷଣ ଶିବିର
ଜୟପୁର , 29 ଏପ୍ରିଲ୍ (ହି.ସ.)ଜିଲ୍ଲା ଚିକିତ୍ସାଳୟ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ସହଳ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର ପରିସରରେ ହୃଦଜନିତ ରୋଗ ସମ୍ବନ୍ଧୀୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୪ଟି ବ୍ଲକରୁ ଆସିଥିବା ୮୨ ଜଣ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ହୃଦଜନିତ ରୋଗ ସମ୍ବନ୍ଧୀୟ ପରୀକ୍ଷଣ କରାଯାଇଥିଲା। ଏହି ଶିବିରରେ ଭୁବନେଶ୍ବର ହାଇଟେକ ହସପିଟାଲ ଡାକ୍ତର ରିତେଶ ଆଚାର୍ଯ୍ୟ ଶିଶୁ ମାନଙ୍କର ଇକୋ ଯାଞ୍ଚ କରିଥିଲେ। ଏହି ଶିବିରରେ ମୋଟ ୮୨ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୩୮ ଜଣ ପିଲାଙ୍କର ହୃଦରୋଗ ଜନିତ ସମସ୍ୟ ଦେଖାଦେଇଥିଲା। ଏହି ୩୮ ଜଣ ପିଲାଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ହାଇଟେକ ହସ୍ପିଟାଲ ଭୁବନେଶ୍ବର କୁ ପଠାଯିବ ବୋଲି ରାଷ୍ଟ୍ରିୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ସନୋଷୀ କୁମାରୀ ଗୋପୀ ପ୍ରକାଶ କରିଥିଲେ। ଏହି ଶିବିରରେ ଡା. ନୀଳମାଧବ ଶତପଥୀ,ଦେବଦତ୍ତ ମଲ୍ଲିକ, ଡିଏମଓ ଡା. ଅକ୍ଷୟ ରଥଏବ˚ ଡିପିଏମ ସୁଶାନ୍ତ କୁମାର ଶତପଥୀ , ମନୋଜ କୁମାର ଦାସ,ହସପିଟାଲ ମ୍ୟାନେଜର ରୁପସୀ ନାୟକ, ତଥାଗତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି