ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକଙ୍କ ଧାରଣା
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଉତ୍କଳ ସାମ୍ବାଦିକ ସଙ୍ଘର କାର୍ୟ୍ୟରତ ସାମ୍ବାଦିକ ମାନେ ସଂଘ ର ସଭାପତି ହିମାଂଶୁ ଶେଖର ନାୟକ ଙ୍କ ସଭାପତିତ୍ୱ ରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ବାଦିକଙ୍କ ଧାରଣା


କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଉତ୍କଳ ସାମ୍ବାଦିକ ସଙ୍ଘର କାର୍ୟ୍ୟରତ ସାମ୍ବାଦିକ ମାନେ ସଂଘ ର ସଭାପତି ହିମାଂଶୁ ଶେଖର ନାୟକ ଙ୍କ ସଭାପତିତ୍ୱ ରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ନୂତନ ସରକାର ଗଠନର ୨ ବର୍ଷ ପୂରଣ ହେବାକୁ ବସିଲାଣି କ୍ଷ ଇତି ମଧ୍ୟରେ ବିଧାନସଭାରେ ପାଚିକା ଠାରୁ ଆରମ୍ଭ କରି ଶିକ୍ଷକ, ସୁଭଦ୍ରା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା, ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକ ମନ୍ତ୍ରୀଙ୍କ ଯାଏଁ, ଏମିତିକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଚିନ୍ତା କରୁଥିବା ମୋହନ ସରକାର ସାମ୍ବାଦିକଙ୍କ ପ୍ରତି ସାମାନ୍ୟତମ ଚିନ୍ତା ନ କରିବା ଦୁଃଖ ଏବଂ ପରିତାପର ବିଷୟ କ୍ଷ ନେତାଙ୍କ ନିର୍ବାଚନୀ ପ୍ରଚାର ଠାରୁ, ବନ୍ୟା, ବାତ୍ୟା, ମରୁଡି, ଝଡ଼ି, ଧୁ ଧୁ ଖରା, ଘରପୋଡ଼ି ହେଉ କି ବଧୂ ହତ୍ୟା, ମେଡିକାଲ ଠାରୁ ମଶାଣି ନିଜ ପରିବାର ପିଲା ଛୁଆଙ୍କୁ ପଛରେ ଫୋପାଡ଼ି ୨୪ ଘଂଟା ସମାଜସେବା ରେ ନିଜକୁ ଉତ୍ସର୍ଗ କରିଥିବା ସାମ୍ବାଦିକଟିଏ କେତେବେଳେ କାହାର ଆକ୍ରୋଶର ଶିକାର ହୋଇ ମାଡ଼ ଖାଏ ତ କେତେବେଳେ ଖବର ପ୍ରସାରଣ ସମୟରେ ନିଜର ସାହାସିକତା ଆଗରେ ନିଜ ଜୀବନ ହରାଇଦେଇଥାଏ କ୍ଷ ୨୦୨୪ ମସିହା ଫେବୃଆରୀ ମାସରେ ତତ୍କାଳୀନ ସରକାର ବିରୋଧରେ ସାମ୍ବାଦିକଙ୍କ ବିଶାଳ ବିକ୍ଷୋଭ ସମାବେଶରେ ବର୍ତମାନର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ସମେତ ଅନ୍ୟ ୫ ଜଣ ସହଯୋଗୀ ବିଧାୟକ ବିକ୍ଷୋଭ ସ୍ଥଳୀରେ ପହଂଚି ଆମ ସରକାର ଆସିଲେ ୬ ମାସ ଭିତରେ ସାମ୍ବାଦିକଙ୍କ ସମସ୍ତ ଦାବି ପୂରଣ କରିବୁ ବୋଲି ଦେଇଥିବା ପ୍ରତିଶୃତି ସରକାର ଗଠନର ୨ ବର୍ଷ ଶେଷ ସୁଦ୍ଧା ପାଣିର ଗାର ପାଲଟିଛି କ୍ଷ ସମଗ୍ର ଭାରତ ବର୍ଷରେ ୨୬ ଟି ରାଜ୍ୟରେ ସାମ୍ବାଦିକଙ୍କୁ ଦଶ ହଜାର ରୁ ପଚିଶି ହଜାର ଟଙ୍କା ପର୍ୟ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃତିଗତ ଅଭୟତା ଭଳି ନାନାଦି ଆର୍ôଥକ ଓ ସାମାଜିକ ସୁବିଧା ସୁଯୋଗ ପାଉଥିବା ବେଳେ ଓଡ଼ିଶା ସରକାରଙ୍କର ସାମ୍ବାଦିକଙ୍କ ପ୍ରତି ବୈମାତୃକ ମନୋଭାବ କାହିଁକି ସର୍ବ ପୁରାତନ ସାମ୍ବାଦିକ ସଙ୍ଘ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଦିଆଯାଇଥିବା ଦାବିଗୁଡ଼ିକ ମଧ୍ୟରେ ୧ -ଅଧିସ୍ୱୀକୃତି କମିଟି ପୁନର୍ଗଠନ ୨ -ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକ ମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯାଉ ୩ -କ୍ରମାଗତ ଭାବେ ସାମ୍ବାଦିକ ମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ୪ -ଓଡିଶା ପ୍ରେସ ଏକାଡେମୀ ଗଠନ କରାଯାଉ, ୫ -ଷାଠିଏ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ଅନ୍ୟୁନ ପନ୍ଦର ହଜାର ଟଙ୍କା ପେନସନ ବ୍ୟବସ୍ଥା କରାଯାଉ ୬ -ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧିକାରୀଙ୍କ ପିତା ମାତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନ ମାନଙ୍କୁ ସାମିଲ କରାଯାଉ। ଆଜିର ଏହି ସଫଳ ପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ଧାରଣାରେ ଉତ୍କଳ ସାମ୍ବାଦିକ ସଙ୍ଘର ସମ୍ପାଦକ- ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ରାଧାକାନ୍ତ ମହାନ୍ତି, ଜଗନ୍ନାଥ ଧଳ, ମାତୃଦତ ମହାନ୍ତି, ପ୍ରସନ୍ନ ଧଳ, ରବିନାରାୟଣ ପତି, ଦୁର୍ଗା ପ୍ରସାଦ ପତି, ଚିତରଂଜନ ସାହୁ, ବାସନ୍ତୀ ମହାପାତ୍ର, ନୟନମଣି ସାମଲ,ମହେଶ ପାଢ଼ୀ, ନମିତା ନାୟକ, ସନ୍ତୋଷ ପୋଥାଳ, ପ୍ରଦ୍ୟୁମ୍ନ ରାଉତ, ସୂର୍ଯ୍ୟ ନାରାୟଣ ଦାଶ, ଲିଙ୍ଗରାଜ କର, ଅଲେଖ ନାୟକଙ୍କ ସମେତ ଶତାଧିକ କର୍ମଜୀବୀ ସାମ୍ବାଦିକ ଉପସ୍ଥିତ ଥିଲେ କ୍ଷ

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande