ଜବରଦଖଲ ଉଚ୍ଛେଦ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, , 29 ଏପ୍ରିଲ୍ (ହି.ସ.)ବୈପାରିଗୁଡା ପଞ୍ଚାୟତ ଅନ୍ତର୍ଗତ ଗୌଡସାହି ଶାନ୍ତିନଗରରେ ହୋଇଥିବା ଜବରଦଖଲ ଉଚ୍ଛେଦ ନିମନ୍ତେ ଆଜି ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ ଅଛି ଆମେ ୧ ନମ୍ବର ଵାର୍ଡ ର ସ୍ଥାୟୀ ବାସିନ୍ଦା ୨୫ ରୁ ୩୦ ଘର ପ୍ରାୟ ୨୦
ଜବରଦଖଲ ଉଚ୍ଛେଦ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ଜୟପୁର, , 29 ଏପ୍ରିଲ୍ (ହି.ସ.)ବୈପାରିଗୁଡା ପଞ୍ଚାୟତ ଅନ୍ତର୍ଗତ ଗୌଡସାହି ଶାନ୍ତିନଗରରେ ହୋଇଥିବା ଜବରଦଖଲ ଉଚ୍ଛେଦ ନିମନ୍ତେ ଆଜି ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ ଅଛି ଆମେ ୧ ନମ୍ବର ଵାର୍ଡ ର ସ୍ଥାୟୀ ବାସିନ୍ଦା ୨୫ ରୁ ୩୦ ଘର ପ୍ରାୟ ୨୦ ବର୍ଷ ହେଲା ବସବାସ କରି ଆସୁଛୁ। ଆମ୍ଭର ଗୁପ୍ତେଶ୍ବର ରାସ୍ତା ଠାରୁ ଧୋବାସାହି ଶାନ୍ତିନଗର ରାସ୍ତା ଜବରଦଖଲ କାରିଙ୍କ କବଜ୍ଜାରେ ରହିଛି। ଆମେ ବାରମ୍ବାର ତହସିଲଦାର ବୈପାରିଗୁଡାଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଣୁ ଉପଜିଲ୍ଲାପାଳ ମୋହଦୟ ଜବରଦଖଲ ଉଚ୍ଛେଦ କଲେ ଆମେ ସହି ବାସିନ୍ଦା ଉପକୃତ ହେବୁ। ଦାବି ପତ୍ର ପ୍ରଦାନ ସମୟରେ ଗଣେଶ୍ବର ସାହୁ, ସୁଶାନ୍ତ କୁମାର ସାହୁ, ପଦ୍ମନାଭ ଛତ୍ରିଆ, ସୂର୍ଯ୍ୟ ସାହୁ, ମନେଜ କୁମାର ପାଣିଗ୍ରାହୀଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande