ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ସ୍ୱାଭିମାନ ଦିବସ ପାଳିତ
ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ସ୍ଥାନୀୟ ତୋଷାଳୀ ବିଦ୍ୟାମନ୍ଦିର ଠାରେ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ୱାଭିମାନ ଦିବସ ରୂପେ ପାଳନ କରି ମଧୁବାବୁଙ୍କ
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୁଲ୍ୟରେ ସ୍ବାଭିମାନ ଦିବସ ପାଳିତ*


ବଲାଙ୍ଗୀର, ୨୯ ଏପ୍ରିଲ୍(ହି.ସ.) – ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ସ୍ଥାନୀୟ ତୋଷାଳୀ ବିଦ୍ୟାମନ୍ଦିର ଠାରେ ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ୱାଭିମାନ ଦିବସ ରୂପେ ପାଳନ କରି ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ସାହୁ ଯୋଗଦେଇ ମଧୁବାବୁ ଭାରି ସ୍ୱାଭିମାନୀ ଓ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଯୁବକବି ତଥା ତୋଷାଳୀ ବିଦ୍ୟାମନ୍ଦିରର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଯୋଗଦେଇ ଅଧୁନା ମଧୁବାବୁଙ୍କ ଭଳି ପଢୁଆ ଓ ଲଢୁଆ ବ୍ୟକ୍ତି ବିରଳ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ କବି ବୀରେନ୍ଦ୍ର ସୁନା ଓ ଯୌବନ ନନ୍ଦ ଯୋଗ ଦେଇଥିଲେ। ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ ସଭା ସଂଚାଳନ କରିଥିଲେ। କବୟିତ୍ରୀ ବବିତା ନାୟକ ସ୍ୱାଗତ ସଂଗୀତ ରୂପେ ମଧୁବାବୁଙ୍କ ରଚିତ ଉତ୍କଳ ସନ୍ତାନ’ କବିତା ଗାନ କରିଥିଲେ। ଶେଷରେ କବୟତ୍ରୀ କନକଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କବୟତ୍ରୀ ହୀରାବତୀ ସାହୁ, କବି ଭକ୍ତବନ୍ଧୁ ସାହୁ, ପୂରନ ମେହେର ଓ ରୁଦ୍ରପ୍ରତାପ କୁମୁରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande