ଆଜି କେନ୍ଦୁଝରକୁ 25ଟି ଇ-ବସ ସହିତ ଅନେକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଏପ୍ରିଲ୍ (ହି.ସ.)- ଆଜି କେନ୍ଦୁଝରକୁ 25ଟି ଇ-ବସ ସହିତ ଅନେକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ସୁବିଧା ଏବଂ ରାଜ୍ୟର ସବୁ ଅଞ୍ଚଳର ସନ୍ତୁଳିତ ଓ ସାମଗ୍ରିକ ଉନ୍ନତି ପାଇଁ ଆମ ସରକାର ସର୍
ଆଜି କେନ୍ଦୁଝରକୁ 25ଟି     ଇ-ବସ ସହିତ ଅନେକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଏପ୍ରିଲ୍ (ହି.ସ.)- ଆଜି

କେନ୍ଦୁଝରକୁ 25ଟି ଇ-ବସ ସହିତ ଅନେକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ସୁବିଧା ଏବଂ ରାଜ୍ୟର ସବୁ ଅଞ୍ଚଳର ସନ୍ତୁଳିତ ଓ

ସାମଗ୍ରିକ ଉନ୍ନତି ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। ସାମଗ୍ରିକ ବିକାଶର ଏହି ଧାରାରେ

ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଆଜି କେନ୍ଦୁଝର ଜିଲ୍ଳା ପାଇଁ ୨୫ଟି

ନୂଆ ପରିବେଶ ପ୍ରଦୂଷଣ ରହିତ ଇ-ବସଏବଂ ଅନ୍ୟାନ୍ୟ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ ।

ଏହି ନୂତନ ପଦକ୍ଷେପଗୁଡ଼ିକ ଆମର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଏକ ବିକଶିତ କେନ୍ଦୁଝର

ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande