ଅନ୍ତର୍ଜାତୀୟ ନୃତ୍ୟ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଏପ୍ରିଲ୍ (ହି.ସ.)- ଅନ୍ତର୍ଜାତୀୟ ନୃତ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ସମସ୍ତ ନୃତ୍ୟଶିଳ୍ପୀ ଓ କଳାପ୍ରେମୀଙ୍କୁ ମ
ନୃତ୍ୟ ଦିବସ


ଭୁବନେଶ୍ୱର, 29 ଏପ୍ରିଲ୍ (ହି.ସ.)- ଅନ୍ତର୍ଜାତୀୟ

ନୃତ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ନୃତ୍ୟ ଦିବସ ଅବସରରେ ସମସ୍ତ

ନୃତ୍ୟଶିଳ୍ପୀ ଓ କଳାପ୍ରେମୀଙ୍କୁ ମୋର ଆନ୍ତରିକ ଶୁଭକାମନା। ଆମ ରାଜ୍ୟର ସମୃଦ୍ଧ ସାଂସ୍କୃତିକ

ପରମ୍ପରାକୁ ନିଜର ସାଧନା ମାଧ୍ୟମରେ ବିଶ୍ୱସ୍ତରରେ ପରିଚିତ କରାଇଥିବା ସମସ୍ତ କଳାକାରଙ୍କୁ ମୋର

ଅଭିନନ୍ଦନ। ଏହି ଅବସରରେ ଆମର ମହାନ କଳାକୃତିକୁ ସଂରକ୍ଷିତ ରଖିବା ସହିତ ଏହାକୁ ନୂତନ ପିଢ଼ି

ନିକଟରେ ପହଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande