ଖୋର୍ଦ୍ଧାରେ ରେଡିମେଡ୍ ଗାର୍ମେଂଟ୍ ମାନୁଫାକଚରିଂ ୟୁନିଟର ଉଦଘାଟନ କଲେ ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଠାରେ ରେଡିମେଡ୍ ଗାର୍ମେଂଟ୍ ମାନୁଫାକଚରିଂ ୟୁନିଟର ଉଦଘାଟନ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଏକ୍ସରେ ପୋଷ୍ଟ କରି ଶିଳ୍ପ ମନ୍ତ୍ରୀ ଲେଖିଛନ୍ତି ଆଜି ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଠାରେ ଟ୍ରିମେଟ୍ରୋ ଗାର୍ମେଂଟସ୍ ଇଣ୍ଡ
gvc


ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଠାରେ ରେଡିମେଡ୍ ଗାର୍ମେଂଟ୍ ମାନୁଫାକଚରିଂ ୟୁନିଟର ଉଦଘାଟନ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ।

ଏକ୍ସରେ ପୋଷ୍ଟ କରି ଶିଳ୍ପ ମନ୍ତ୍ରୀ ଲେଖିଛନ୍ତି ଆଜି ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଠାରେ ଟ୍ରିମେଟ୍ରୋ ଗାର୍ମେଂଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍(ଏପିକ୍ ଗ୍ରୁପ୍)ର ରେଡିମେଡ୍ ଗାର୍ମେଂଟ୍ ମାନୁଫାକଚରିଂ ୟୁନିଟର ଶୁଭ ଉଦ୍ଘାଟନ କଲି । ପ୍ରାୟ ୩୭୬.୮୫ କୋଟି ଟଙ୍କାର ପୁଞ୍ଜିନିବେଶରେ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ୭,୦୦୦ ରୁ ଅଧିକ ଓଡ଼ିଆ ଯୁବକଯୁବତୀ ରୋଜଗାର ସୁଯୋଗ ପାଇପାରିଛନ୍ତି । ସେଥିମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ମହିଳା, ଯାହା ରାଜ୍ୟରେ ମହିଳାମାନଙ୍କୁ ଆର୍ôଥକ ସଶକ୍ତ ତଥା ସ୍ୱାବଲମ୍ବୀ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ।

ଏହି ଶିଳ୍ପକୁ ଆଧାର କରି ଆଗାମୀ ଦିନରେ ଖୋର୍ଦ୍ଧା ଓ ଏହାର ଆଖପାଖ ଅଂଚଳରେ ଅନେକ ଡାଉନଷ୍ଟ୍ରିମ୍, ଆଂସିଲାରୀ ଓ ଏମ୍ଏସ୍ଏମ୍ଇ ଇଣ୍ଡଷ୍ଟ୍ରି ଗଢି ଉଠିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।ଏହା ଜିଲ୍ଲାର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ସହ ରାଜ୍ୟର ଆର୍ôଥକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ।

ଆମ ସରକାର ପାରମ୍ପରିକ ଶିଳ୍ପ ସହିତ ନ୍ୟୁ-ଏଜ୍, ପରିବେଶ ଅନୁକୂଳ ଓ ଲେବର୍ ଇେଂଟନସିଭ୍ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଉଛନ୍ତି । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଆଶା-ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ 'ପୂର୍ବୋଦୟ' ପରିକଳ୍ପନାକୁ ବାସ୍ତବ ରୂପ ଦେବା ସହ ଓଡିଶାକୁ ସମଗ୍ର ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧାର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande