ଫୁଲବାଣୀ ସଦରମହକୁମା ଡାକ୍ତରଖାନାରେ ଶିଶୁ ବିଭାଗର ଅବ୍ୟବସ୍ଥା:ଦୁଇମାସ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନାହାନ୍ତି
phulbani medical news from phulbani
ଫୁଲବାଣୀ ସଦରମହକୁମା ଡାକ୍ତରଖାନାରେ ଶିଶୁ ବିଭାଗର ଅବ୍ୟବସ୍ଥା:ଦୁଇମାସ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନାହାନ୍ତି


କନ୍ଧମାଳ , 29 ଏପ୍ରିଲ (ହି.ସ.) - ସରକାର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରିବା ସହିତ ନାନା ପ୍ରକାରର ଯୋଜନା ସବୁ ପ୍ରସ୍ଥୁତ କରିଛନ୍ତି । ରୋଗୀ ଏବଂ ସେମାନଙ୍କର ଲୋକଙ୍କ ସୁବିଧା ପାଇଁ ଲିଫ୍ଟ ଠାରୁ ଆରମ୍ଭ କରି ଫ୍ୟାନ୍,ଏସ୍ସି,ଉନ୍ନତ ମାନଙ୍କର ଲାବୋରେଟୋରୀ ମେସିନ,ଶେଯ,କୋଟିକୋଟି ଟଙ୍କାର ସ୍କାନିଙ୍ଗ୍ ମେସିନ୍,ଅଲଟ୍ରା ସାଉଣ୍ଡ ମେସିନ,ଏକ୍ସରେ ମେସିନ୍ ଆଦି ଭଳି ଅନେକ ସୁବିଧା ସବୁ ପ୍ରଦାନ କରିଛନ୍ତି ହେଲେ ସେସବୁର ରକ୍ଷଣାବେକ୍ଷଣ ତଥା ସୁପରିଚାଳନା ଦାୟୀତ୍ୱରେ ଥିବା ସ୍ଥାନୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କର କର୍ମ ଦକ୍ଷତାର ଅଭାବ ଯୋଗୁଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁ ଭେଷଜ ବିଭାଗର ଏସସି ଏବଂ ଫ୍ୟାନ୍ ନ ଚାଲିବାରୁ ପ୍ରଚଣ୍ଡ ଗ୍ରୀଷ୍ମ ର ଗରମରେ ରୋଗୀ ମାନେ ତଥା ସେମାନଙ୍କର ନିଜ ଲୋକମାନେ ରୋଗ ପୀଡା ସମେତ ଭୀଷଣ ଗରମରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଫୁଲବାଣୀ ଗ୍ରୀଡ୍ ରୁ ଏକ ସ୍ୱତନ୍ତ୍ର ଉଚ୍ଚ ଶକ୍ତିର ବିଦ୍ୟାୁତ୍ ସଂଯୋଗ ମେଡିକାଲକୁ ଆଣାଯାଇଥିଲେ ମଧ୍ୟ ଭୋଲଡେଟଜ୍ ର ଅଭାବ ହେଉଥିବାରୁ ବିଦ୍ୟୁତ୍ ଫ୍ୟାନ ସବୁ ଅଚଳ ହୋଇପଡିଛି । କର୍ମଚାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ ତାକୁ କେହି ଚଲାବାପାଇଁ ଉଦ୍ୟାମ କରୁନଥିବା ଅଭିଯୋଗ ହୋଇଛି । ଗତ ଦୁଇମାସ ହେଲା ପୁର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ସନ୍ତୋଷ ମିଶ୍ରଙ୍କର ପଦୋନ୍ନତି ପରେ ବଦଳି ହୋଇଯାଇଛି । ତାଙ୍କ ପରେ ଆଜି ପର୍ଯ୍ୟନ୍ତ କେହି ଜଣେ ସ୍ଥାୟୀ ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗ ଦେଇନାହାନ୍ତି । ଦାୟୀତ୍ୱରେ ଜଣେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଛନ୍ତି । ତେଣୁ ଜନ୍ଧମାଳ ଜିଲ୍ଲା ଏବଂ ସଦରମହକୁମା ସ୍ଥରରେ ସ୍ୱାସ୍ଥ୍ୟ ସେବା ଉଜୁଡିବାରେ ଲାଗିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande