
ଗ୍ୱୌହାଟୀ, 03 ଏପ୍ରିଲ (ହି.ସ.)।
ଆସାମରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କର
ଗୋଲକଗଞ୍ଜରେ ପ୍ରସ୍ତାବିତ ନିର୍ବାଚନୀ ସଭା ଶୁକ୍ରବାର ହେଲିକପ୍ଟରରେ ହୋଇଥିବା ଯାନ୍ତ୍ରିକ ତ୍ରୁଟି
କାରଣରେ ବାତିଲ୍ କରାଯାଇଛି।
ସୂତ୍ର ଅନୁସାରେ, ଅମିତ ଶାହ ଦୁଇଦିନିଆ ଆସାମ ଗସ୍ତରେ ଅଛନ୍ତି ଏବଂ
ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ଥିଲା। ଆଜି ଦ୍ୱିପ୍ରହରରେ ସେ ଗୋଲକଗଞ୍ଜରେ ଏକ ଜନସଭାକୁ
ସମ୍ବୋଧନ କରିବାର ଥିଲେ, କିନ୍ତୁ ହେଲିକପ୍ଟରରେ ତ୍ରୁଟି ହେତୁ
କାର୍ଯ୍ୟକ୍ରମଟି ବାତିଲ୍ କରିବାକୁ ପଡ଼ିଲା। ତଥାପି, ସଭା ବାତିଲ୍
ହେବା ସତ୍ତ୍ୱେ ଅମିତ ଶାହ ଫୋନ୍ ମାଧ୍ୟମରେ ଜନତାଙ୍କୁ ସମ୍ବୋଧନ କରିଥିଲେ।
ଉଲ୍ଲେଖନୀୟ ଯେ, ତାଙ୍କ ଗସ୍ତର ପ୍ରଥମ ଦିନରେ ସମସ୍ତ ନିର୍ଦ୍ଧାରିତ
କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଶୁକ୍ରବାର ମଧ୍ୟ ତାଙ୍କର କେତେକ ନିର୍ବାଚନୀ
କାର୍ଯ୍ୟକ୍ରମ ପ୍ରସ୍ତାବିତ ଥିଲା, ଯାହାମଧ୍ୟରେ ଗୋଲକଗଞ୍ଜର ସଭା ମଧ୍ୟ
ଅନ୍ତର୍ଭୁକ୍ତ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା