ଜନଗଣନା-2027-ସ୍ୱଗଣନା ପଂଜିକରଣ କଲେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା
ନୂଆଦିଲ୍ଲୀ, 03 ଏପ୍ରିଲ (ହି.ସ.)। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଶୁକ୍ରବାର ଜନଗଣନା-2027 ଅଧୀନ ସ୍ୱ-ଗଣନା (ସେଲ୍ଫ-ଏନ୍ୟୁମେରେସନ୍) ଅଭିଯାନରେ ଅଂଶଗ୍ରହଣ କରି ନିଜ ପରିବାରର ବିବରଣୀକୁ ଅନଲାଇନ୍ ପୋର୍ଟାଲରେ ଦାଖଲ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ର
ଜନଗଣନା-2027-ସ୍ୱଗଣନା     ପଂଜିକରଣ କଲେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା


ନୂଆଦିଲ୍ଲୀ, 03 ଏପ୍ରିଲ (ହି.ସ.)। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଶୁକ୍ରବାର

ଜନଗଣନା-2027 ଅଧୀନ ସ୍ୱ-ଗଣନା (ସେଲ୍ଫ-ଏନ୍ୟୁମେରେସନ୍) ଅଭିଯାନରେ ଅଂଶଗ୍ରହଣ କରି ନିଜ

ପରିବାରର ବିବରଣୀକୁ ଅନଲାଇନ୍ ପୋର୍ଟାଲରେ ଦାଖଲ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ

‘ଏକ୍ସ’ ରେ ଏହା ସମ୍ବନ୍ଧୀୟ ସୂଚନା ସେୟାର କରି ନାଗରିକମାନଙ୍କୁ ମଧ୍ୟ ଏହି ଜାତୀୟ ଅଭିଯାନରେ

ସକ୍ରିୟ ଭାଗ ନେବାକୁ ଆହ୍ୱାନ କରିଛନ୍ତି।

ବିର୍ଲା ତାଙ୍କ ପୋଷ୍ଟରେ

କହିଛନ୍ତି ଯେ,

ଜନଗଣନା-2027ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ସେ

ଦିଲ୍ଲୀସ୍ଥିତ ନିଜ ଆବାସରେ ସ୍ୱ-ଗଣନା ପ୍ରକ୍ରିୟା ସମାପ୍ତ କରିଛନ୍ତି। ସେ ଏହାକୁ “ନୂତନ ଯୁଗର

ଆରମ୍ଭ” ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ପ୍ରଥମ

ଥର ପାଇଁ ଜନଗଣନା ପୂର୍ଣ୍ଣରୂପେ ଡିଜିଟାଲ ମାଧ୍ୟମରେ କରାଯାଉଛି, ଯାହାଦ୍ୱାରା ନାଗରିକମାନେ ନିଜେ ନିଜ ପରିବାରର ବିବରଣୀ ଦାଖଲ

କରିପାରୁଛନ୍ତି। ସେ ଏହି ପ୍ରକ୍ରିୟାକୁ ସୁରକ୍ଷିତ, ସଠିକ୍ ଓ

ସୁବିଧାଜନକ ବୋଲି କହିଛନ୍ତି।

ଉଲ୍ଲେଖନୀୟ ଯେ, ଦେଶରେ ଜନଗଣନା-2027ର ଔପଚାରିକ ଆରମ୍ଭ 1 ଏପ୍ରିଲ 2026 ରେ

ହୋଇଥିଲା। ଏହି ଅଭିଯାନର ଶୁଭାରମ୍ଭ ସବୁଠାରୁ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱ-ଗଣନା

କରି କରିଥିଲେ। ଏହାପରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ

ଅନଲାଇନ୍ ମାଧ୍ୟମରେ ନିଜ-ନିଜ ସ୍ୱ-ଗଣନା ସମାପ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande