ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ
ଭଦ୍ରକ, ୩ ଅପ୍ରେଲ (ହି.ସ.) - ଭକ୍ତି ଓ ଶକ୍ତିର ପବିତ୍ର ଅନୁଭୂତିରେ ଭରିଥିବା ଏକ ଦିନ। ଭଦ୍ରକ ପୌରାଂଚଳ ଚରମ୍ପା ସ୍ଥିତ ବରିଷ୍ଠ ଅଧିବକ୍ତା ପୱନ୍ ଶର୍ମାଙ୍କ ବାସଭବନରେ ଆୟୋଜିତ ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ
HANUMAN JAYANTI UTSAV


ଭଦ୍ରକ, ୩ ଅପ୍ରେଲ (ହି.ସ.) - ଭକ୍ତି ଓ ଶକ୍ତିର ପବିତ୍ର ଅନୁଭୂତିରେ ଭରିଥିବା ଏକ ଦିନ। ଭଦ୍ରକ ପୌରାଂଚଳ ଚରମ୍ପା ସ୍ଥିତ ବରିଷ୍ଠ ଅଧିବକ୍ତା ପୱନ୍ ଶର୍ମାଙ୍କ ବାସଭବନରେ ଆୟୋଜିତ ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଯୁବନେତା ବିକାଶ ଶ୍ରେଷ୍ଠା, ଅଜୟ ଧଳ, ଅଭିଜିତ ରାଉତ ଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ହୋଇ ପବନପୁତ୍ର ହନୁମାନ ଜୀଙ୍କଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବା ସହ ଭଗବାନଙ୍କ ନିକଟରେ ଭଦ୍ରକ ବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ପବନପୁତ୍ରଙ୍କ ଅଶେଷ କୃପା ସମସ୍ତଙ୍କ ଜୀବନକୁ ଶକ୍ତି, ସାହସ ଓ ସକାରାତ୍ମକତାରେ ପୂର୍ଣ୍ଣ କରୁ ବୋଲି କହିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande