ଶିକ୍ଷା ଜୀବନକୁ ଶ୍ରେଷ୍ଠ କରିବାର ସଶକ୍ତ ମାଧ୍ୟମ- ପିଏମ ମୋଦି
ନୂଆଦିଲ୍ଲୀ, ୦୩ ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇ କହିଛନ୍ତି ଯେ, ଶିକ୍ଷା କେବଳ ଜୀବିକାର ଉପାୟ ନୁହେଁ, ବରଂ ଜୀବନକୁ ଶ୍ରେଷ୍ଠ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ। ସେ କହିଛନ୍ତି ଯେ, ଏହା ଏକ ଏମିତି ଅମୂଲ୍ୟ ସମ୍ପତ
ପିଏମ


ନୂଆଦିଲ୍ଲୀ, ୦୩ ଏପ୍ରିଲ (ହି.ସ.)।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇ

କହିଛନ୍ତି ଯେ, ଶିକ୍ଷା କେବଳ ଜୀବିକାର ଉପାୟ ନୁହେଁ, ବରଂ ଜୀବନକୁ ଶ୍ରେଷ୍ଠ କରିବାରେ

ଏକ ଶକ୍ତିଶାଳୀ ମାଧ୍ୟମ। ସେ କହିଛନ୍ତି ଯେ, ଏହା ଏକ ଏମିତି ଅମୂଲ୍ୟ ସମ୍ପତ୍ତି, ଯାହାର ଶକ୍ତିରେ ଦେଶର

ଯୁବ ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି ଏବଂ ଭାରତର ନାମକୁ

ଉଜ୍ଜ୍ୱଳ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଏକ୍ସରେ ଗୋଟିଏ ସଂସ୍କୃତ ସୁଭାଷିତ

ମଧ୍ୟ ସେୟାର କରିଛନ୍ତି— “ଶ୍ରିୟଃ ପ୍ରଦୁଗ୍ଧେ ବିପଦୋ ରୁଣଦ୍ଧି ଯଶାଂସି ସୂତେ ମଲିନଂ

ପ୍ରମାର୍ଷ୍ଟି। ସଂସ୍କାରଶୌଚେନ ପରଂ ପୁନୀତେ ଶୁଦ୍ଧା ହି ବୁଦ୍ଧିଃ କିଳ କାମଧେନୁଃ॥”

ଏହି ସୁଭାଷିତର ଅର୍ଥ ହେଉଛି ଯେ, ଶୁଦ୍ଧ ଏବଂ ସଂସ୍କାରିତ

ବୁଦ୍ଧି ମନୁଷ୍ୟ ପାଇଁ କାମଧେନୁ ସମାନ। ଏପରି ବୁଦ୍ଧି ସମୃଦ୍ଧିକୁ ବଢ଼ାଏ, ବିପଦକୁ ଦୂର କରେ, ଯଶ ଦେଇଥାଏ ଏବଂ ଜୀବନର

ଦୋଷ ଓ ମଳିନତାକୁ ମିଟାଏ। ସଂସ୍କାର ଓ ପବିତ୍ରତାରେ ଯୁକ୍ତ ବୁଦ୍ଧି ମନୁଷ୍ୟଙ୍କୁ ସର୍ବୋତ୍ତମ

କରେ। ପ୍ରଧାନମନ୍ତ୍ରୀ ଏହି ସୁଭାଷିତ ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ଯେ, ଶିକ୍ଷା ଏବଂ ସଂସ୍କାରରେ

ଯୁକ୍ତ ବୁଦ୍ଧି ହିଁ ବ୍ୟକ୍ତି ଏବଂ ସମାଜକୁ ଉନ୍ନତିର ପଥରେ ଆଗକୁ ନେଇଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande