
ନୂଆଦିଲ୍ଲୀ, ୦୩ ଏପ୍ରିଲ (ହି.ସ.)। ଗୁଡ୍
ଫ୍ରାଇଡେ ଅବସରରେ ଆଜି ଦେଶର ଶେୟାର ବଜାର ବନ୍ଦ ରହିଛି। ଏହାସହ ସପ୍ତାହିକ ଛୁଟି ଥିବାରୁ ଏହି
ଶନିବାର ଏବଂ ରବିବାର ମଧ୍ୟ ଶେୟାର ବଜାର ବନ୍ଦ ରହିବ। ଏବେ ଆସନ୍ତା ସପ୍ତାହର ପ୍ରଥମ ଦିନ
ସୋମବାରରୁ ପୁଣି ଶେୟର ବଜାରରେ ବ୍ୟବସାୟ ଆରମ୍ଭ ହେବ।
ଗୁଡ୍ ଫ୍ରାଇଡେ ଅବସରରେ ଭାରତୀୟ ଶେୟର ବଜାର ବନ୍ଦ ଥିବାରୁ
ଦୁଇଟି ପ୍ରମୁଖ ସୂଚକାଙ୍କ—ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ୍ ଷ୍ଟକ୍
ଏକ୍ସଚେଞ୍ଜ (ଏନଏସଇ)—ରେ କୌଣସି ବ୍ୟବସାୟ ହେବ ନାହିଁ। ଏହା ପରେ ଶନିବାର ଓ ରବିବାର
ସପ୍ତାହାନ୍ତ ଥିବାରୁ ଶେୟର ବଜାରରେ ଲଗାତାର ତିନି ଦିନର ବିରତି ରହିବ।
ଏହାସହିତ, ଆଜି ଇକ୍ୱିଟି, ଇକ୍ୱିଟି ଡେରିଭେଟିଭ୍ସ, ଏସଏଲବି, କରେନ୍ସି ଡେରିଭେଟିଭ୍ସ ଏବଂ
ଇଣ୍ଟରେଷ୍ଟ ରେଟ୍ ଡେରିଭେଟିଭ୍ସ—ସମସ୍ତ ସେଗମେଣ୍ଟରେ କୌଣସି ଟ୍ରେଡିଂ ହେବ ନାହିଁ, ଅର୍ଥାତ୍ ସାରା ଦିନ ଏକ୍ସଚେଞ୍ଜରେ
ବ୍ୟବସାୟ ପୂରାପୂରି ବନ୍ଦ ରହିବ। ଦେଶୀୟ ଶେୟର ବଜାରର ପରବର୍ତ୍ତୀ ବ୍ୟବସାୟ ସେସନ୍ ସୋମବାର, ୬ ଏପ୍ରିଲ ସକାଳ ୯:୧୫ରୁ ଆରମ୍ଭ
ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା