
ନୂଆଦିଲ୍ଲୀ, ଏପ୍ରିଲ ୦୩ (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଏକ ଦିନିଆ ଗ୍ରସ୍ତରେ ଶନିବାର ଦିନ ୪ ଏପ୍ରିଲ ବିହାର ଗସ୍ତ କରିବେ।ଏହି ଗସ୍ତ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ।ଉପରାଷ୍ଟ୍ରପତିଙ୍କ ସଚିବାଳୟ ଶୁକ୍ରବାର ଜାରି ଏକ ବିବୃତ୍ତିରେ ସୂଚନା ଦେଇଛି ଯେ ଉପରାଷ୍ଟ୍ରପତି ରାଧାକୃଷ୍ଣନ୍ ୪ ଏପ୍ରିଲରେ ବିହାର ଯାତ୍ରା କରିବେ। ଏହି ଗସ୍ତ ସମୟରେ, ଉପରାଷ୍ଟ୍ରପତି ମୋତିହାରୀସ୍ଥିତ ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସେ ପଶ୍ଚିମ ଚମ୍ପାରଣରେ ଅବସ୍ଥିତ ଭିତିହାରୱା ଗାନ୍ଧୀ ଆଶ୍ରମ ମଧ୍ୟ ପରିଦର୍ଶନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା