ଖୁଜେନପାଲି ନିକଟ ରେଳ ଧାରଣା  ରେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ
ବଲାଙ୍ଗିର, 03 ଏପ୍ରିଲ୍ (ହି.ସ.) ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖା ଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ ପରିବାର ଲୋକେ ଆସି ଚିହ୍ନଟ କରିଛନ୍ତି । ବଲାଙ୍ଗୀର ସହରର ମାଲଗୋଦାମ ପଡ଼ାର ପ୍ରୀତି ସାହୁ (୨୦) ବୋଲି ଜଣାପଡ଼
ଖୁଜେନପାଲି ନିକଟ ରେଳ ଧାରଣା  ରେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ


ବଲାଙ୍ଗିର, 03 ଏପ୍ରିଲ୍ (ହି.ସ.)

ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖା ଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ ପରିବାର ଲୋକେ ଆସି ଚିହ୍ନଟ କରିଛନ୍ତି । ବଲାଙ୍ଗୀର ସହରର ମାଲଗୋଦାମ ପଡ଼ାର ପ୍ରୀତି ସାହୁ (୨୦) ବୋଲି ଜଣାପଡ଼ିଛି l ଯୁବତୀ ଜଣକ ଲାଲରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଟ୍ରାକ୍ ଉପରେ ତାଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ଅନ୍ୟ ପଟେ ଆତ୍ମ ହତ୍ୟାକୁ ନେଇ ସନ୍ଦେହ କରାଯାଉଛି। ଯୁବତୀଙ୍କୁ ହତ୍ୟା କରିବା ପରେ ରେଳ ଟ୍ରାକ୍ରେ ଫିଙ୍ଗି ଦିଆଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ। ମୃତ ଯୁବତୀ ଙ୍କ ହାତରେ ଏକ ଟାଟୁ ରହିଛି। ଏଥିରୁ ପରିବାର ଲୋକେ ଓଚିହ୍ନଟ କରିବା ପରେ ଜିଆର୍ପିଏଫ୍ ପୋଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଯୁବତୀଙ୍କ ମୃତଦେହକୁ ରେଳ ଲାଇନ୍ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୋଷ୍ଟମର୍ଟମ କରିବାକୁ ନିଆଯିବ ବୋଲି ଜଣାପଡ଼ିଛି। ତେବେ ଏହା ପଛରେ ହତ୍ୟା ନା ଆତ୍ମହତ୍ୟା ଘଟଣାସ୍ଥଳରେ ଜିଆର୍ପିଏଫ୍ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande