
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କଲେ
ଧର୍ମେନ୍ଦ୍ର ପ୍ରଧାନ ।ଧର୍ମ, ଆସ୍ଥା ଏବଂ ସନାତନ ପରମ୍ପରାର ଗୌରବମୟ ନଗରୀ ଉଜ୍ଜୟିନୀରେ ଅବସ୍ଥିତ ଶ୍ରୀ ମହାକାଳେଶ୍ୱର
ଜ୍ୟୋତିର୍ଲିଙ୍ଗଙ୍କ ଦିବ୍ୟ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛି। ବାବା ମହାକାଳଙ୍କ
ଶ୍ରୀଚରଣରେ ଉପସ୍ଥିତ ହୋଇ ମନ ଶ୍ରଦ୍ଧା, ଶାନ୍ତି ଏବଂ ଅଦ୍ଭୁତ ଆଧ୍ୟାତ୍ମିକ
ଶକ୍ତିରେ ଭରିଗଲା।
ମହାକାଳଙ୍କ ଦିବ୍ୟ ଆରତିରେ ସମ୍ମିଳିତ ହୋଇ ଦେଶର ପ୍ରଗତି, ସମାଜର କଳ୍ୟାଣ ଏବଂ
ପ୍ରତ୍ୟେକ ଦେଶବାସୀଙ୍କ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି। ବାବାଙ୍କ
କୃପା ଆମ ସମସ୍ତଙ୍କ ଉପରେ ସର୍ବଦା ରହୁ ଏହି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା