ଜମ୍ମୁରୁ ଶ୍ରୀନଗର ଯାଏ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ
ଜମ୍ମୁ, 30 ଏପ୍ରିଲ (ହି.ସ.)। ଜମ୍ମୁ-କାଶ୍ମୀରର ଶୀତକାଳୀନ ରାଜଧାନୀ ଜମ୍ମୁ ଓ ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗର ଆଜି ସିଧାସଳଖ ରେଳ ସେବା ଦ୍ୱାରା ଯୋଡ଼ାଯାଇଛି। ଏହା ସହିତ ଶ୍ରୀନଗର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କ୍ଷମତା ଅଢେଇଇଗୁଣା ବଢ଼ାଯାଇଛି, ଯାହା
ଜମ୍ମୁରୁ ଶ୍ରୀନଗର ଯାଏ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ


ଜମ୍ମୁ, 30 ଏପ୍ରିଲ (ହି.ସ.)। ଜମ୍ମୁ-କାଶ୍ମୀରର ଶୀତକାଳୀନ ରାଜଧାନୀ ଜମ୍ମୁ

ଓ ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗର ଆଜି ସିଧାସଳଖ ରେଳ ସେବା ଦ୍ୱାରା ଯୋଡ଼ାଯାଇଛି। ଏହା ସହିତ

ଶ୍ରୀନଗର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କ୍ଷମତା ଅଢେଇଇଗୁଣା ବଢ଼ାଯାଇଛି,

ଯାହା

ଫଳରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକମାନଙ୍କ ପାଇଁ ସହଜରେ ଟିକେଟ୍ ଉପଲବ୍ଧ ହେବ।

ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା, କେନ୍ଦ୍ରୀୟ ରେଳ,

ସୂଚନା

ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,

ପ୍ରଧାନମନ୍ତ୍ରୀ

କାର୍ଯ୍ୟାଳୟର ରାଜ୍ୟମନ୍ତ୍ରୀ ଡ଼ା. ଜିତେନ୍ଦ୍ର ସିଂହ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଜମ୍ମୁ

ରେଳୱେ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ

ପତାକା ଦେଖାଇ ପ୍ରସ୍ଥାନ କରିଥିଲେ।

ପରେ ବୈଷ୍ଣବ ଓ ସିଂହ ଏହି ଟ୍ରେନରେ ଶ୍ରୀମାତା ବୈଷ୍ଣୋ ଦେବୀ କଟ୍ରା ପର୍ଯ୍ୟନ୍ତ ଯାତ୍ରା

କରିଥିଲେ ଏବଂ ସେଠାରୁ ସଡ଼କ ମାର୍ଗରେ ଅଞ୍ଜି ଖଣ୍ଡ ରେଲୱେ ସେତୁ ଓ ଚିନାବ ସେତୁର ନିରୀକ୍ଷଣ

ପାଇଁ ଯାଇଥିଲେ। ପୂର୍ବବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶ୍ରୀମାତା ୱୈଷ୍ଣୋ

ଦେବୀ କଟ୍ରାରୁ ଶ୍ରୀନଗର ମଧ୍ୟରେ ଆରମ୍ଭ ହୋଇଥିବା 26401/26402 ଏବଂ 26403/26404 ବନ୍ଦେ

ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ ବର୍ତ୍ତମାନ ଜମ୍ମୁରୁ ଆରମ୍ଭ କରାଯାଇଛି। ପ୍ରାୟ 266

କିଲୋମିଟର ଦୈର୍ଘ୍ୟର କରିଡୋରରେ ଏହି ଟ୍ରେନମାନଙ୍କର ନିୟମିତ ସେବା 2 ମଇ 2026ରୁ ଆରମ୍ଭ ହେବ।

ସେତେବେଳେ ଦୁଇଟି ଟ୍ରେନରେ 8ଟି କୋଚ୍ର ରେକ୍ ବ୍ୟବହାର ହେଉଥିଲା। ବର୍ତ୍ତମାନ 20-20 କୋଚ୍ର ରାକ୍

ଆଣାଯାଇଛି। ଅର୍ଥାତ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କ୍ଷମତା ଅଢେଇଗୁଣା ବଢ଼ାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande