
କଲବୁର୍ଗି, ୩୦ ଅପ୍ରେଲ (ହି.ସ.)- କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ତାମିଲନାଡ଼ୁ ଏବଂ କେରଳରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ଜିତିବ । ଆସାମରେ ଆମେ କମ୍ ଆସନ ପାଇବୁ ବୋଲି ଏକଜିଟ୍ ପୋଲ ଆକଳନ କରାଯାଇଛି, କିନ୍ତୁ ଆମେ ଏହାଠାରୁ ଅଧିକ ଜିତିବୁ ବୋଲି ସେ କହିଛନ୍ତି ।
କଂଗ୍ରେସ ନେତା ଖର୍ଗେ ଏଠାରେ କଲବୁର୍ଗିରେ ପାଂଚଟି ରାଜ୍ୟ ନିର୍ବାଚନର ଫଳାଫଳ ବିଷୟରେ ଗଣମାଧ୍ୟମ ସହ କଥାବାର୍ତା କରିଥିଲେ । ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ଖର୍ଗେ କହିଛନ୍ତି ଯେ, ସେଠାରେ ତୃଣମୂଳ କଂଗ୍ରେସ ଆଗରେ ରହିବାର ସମ୍ଭାବନା ରହିଛି । ଏନଡିଏ ଦଳଗୁଡ଼ିକ ଟିଏମସିକୁ କଡା ଟକ୍କର ଦେଇଥିବା ବେଳେ କଂଗ୍ରେସ ଏଥର ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ସେ କହିଛନ୍ତି ଯେ, ଉଭୟ ବିଜେପି ଏବଂ ଟିଏମସି ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । ଦୁଇ ଦିନ ଅପେକ୍ଷା କରନ୍ତୁ, ତା 'ପରେ ପରିସ୍ଥିତି ସ୍ପଷ୍ଟ ହୋଇଯିବ । ସମ୍ପୂର୍ଣ୍ଣ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗରେ ଟିଏମସିକୁ ସମର୍ଥନ ଦେବା ନେଇ ଆଲୋଚନା କରାଯିବ । କର୍ଣ୍ଣାଟକ ରାଜନୀତିରେ ନେତୃତ୍ୱ ପରିବର୍ତନର କଳ୍ପନାଜଳ୍ପନା ଉପରେ ଏକ ପ୍ରଶ୍ନର ଉତରରେ ଖର୍ଗେ କହିଛନ୍ତି ଯେ ଏହି ପ୍ରସଙ୍ଗର ଶୀଘ୍ର ସମାଧାନ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ