
ନୂଆଦିଲ୍ଲୀ, 30 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି
ଯେ ଉତ୍ସାହ ଓ ସକାରାତ୍ମକ ଶକ୍ତି ବ୍ୟକ୍ତିଙ୍କୁ ସର୍ବଦା କର୍ମଶୀଳ ରଖେ ଏବଂ ଏହି ଗୁଣଗୁଡ଼ିକ
ସଫଳତାର ମୂଳ ଚାବିକାଠି। ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ‘ଏକ୍ସ’
ରେ
ଲେଖିଛନ୍ତି ଯେ କର୍ମଠ ଓ ଉର୍ଜାଶୀଳ ନାଗରିକମାନେ ହିଁ ଦେଶର ସବୁଠାରୁ ବଡ଼ ଶକ୍ତି,
ଯାହାଙ୍କର
ପରିଶ୍ରମ ଦ୍ୱାରା ଉନ୍ନତିର ନୂତନ ପଥ ଖୋଲିଥାଏ। ସେ କହିଛନ୍ତି ଯେ ଏପରି ପ୍ରୟାସ ଦ୍ୱାରା ଦେଶ
ସମୃଦ୍ଧି, ଆତ୍ମନିର୍ଭରତା ଓ ଉନ୍ନତିର ଶିଖରରେ ପହଞ୍ଚେ।
ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ସଂସ୍କୃତ ସୁଭାଷିତ ସେୟାର କରି କହିଛନ୍ତି,
“ଅନିର୍ବେଦୋ
ହି ସତତଂ ସର୍ବାର୍ଥେଷୁ ପ୍ରବର୍ତ୍ତକଃ। କରୋତି ସଫଳଂ ଜନ୍ତୋଃ କର୍ମ ଯଚ୍ଚ କରୋତି ସଃ॥”
ସେ
ଏହାର ଅର୍ଥ ବ୍ୟାଖ୍ୟା କରି କହିଛନ୍ତି ଯେ ଉତ୍ସାହ ଓ ସକାରାତ୍ମକ ଶକ୍ତି ବ୍ୟକ୍ତିଙ୍କୁ ନିଜ
କାମରେ ନିରନ୍ତର ସକ୍ରିୟ ରଖେ। ଏହି ଅତୁଟ ଉତ୍ସାହ ଲୋକଙ୍କ ପ୍ରତ୍ୟେକ ସଂକଳ୍ପକୁ ସଫଳତାକୁ
ପହଞ୍ଚାଇବାରେ ସହାୟକ ହୁଏ। ସେ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି ଯେ ସେମାନେ ନିଜ କାର୍ଯ୍ୟରେ
ନିରନ୍ତରତା ଓ ଉର୍ଜା ରଖନ୍ତୁ, ଯାହାଦ୍ୱାରା ବ୍ୟକ୍ତିଗତ ଓ ଜାତୀୟ ଦୁଇଟି
ସ୍ତରରେ ପ୍ରଗତି ସୁନିଶ୍ଚିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା